ଜଗନ୍ନାଥଙ୍କ ପାଖରେ ଗର୍ବ ଓ ଅଂହକାରର ସ୍ଥାନ ନାହିଁ: ବିଜେଡି

ଶରଧାବାଲି ଅଘଟଣରେ ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ପରିବାର ସହିତ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କଥା ହୋଇ ସମବେଦନା ଜଣାଇଲେ

> ଅଘଟଣ ସମୟରେ କୌଣସି ପ୍ରଶାସନିକ ବା ବରିଷ୍ଠ ପୋଲିସ ଅକାରୀ ଉପସ୍ଥିତ ନଥିଲେ

> ପ୍ରଶାସନିକ ଅବ୍ୟବସ୍ଥା ଓ ସମନ୍ବୟ ଅଭାବ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟକ୍ତ କରିଛି

> ସରକାରୀ ଦଳର ନେତାମାନେ ଅଯୌକ୍ତିକ ଯୁକ୍ତିରୁ କ୍ଷାନ୍ତ ରୁହନ୍ତୁ

ଭୁବନେଶ୍ବର :- : ଶରଧାବାଲିରେ ଦଳାଚକଟାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଓ ବହୁ ଭକ୍ତଙ୍କ ଆହତ ହେବାକୁ ନେଇ ବିଜେଡିର ଏକ ପ୍ରତିନିଧୁମଣ୍ଡଳୀ ଆଜି କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ଟିମ୍ ଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନକୁ ଦର୍ଶନ କରି, ଅଘଟଣ ଘଟିଥିବା ସ୍ଥାନକୁ ଯାଇଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ବରିଷ୍ଠ ସେବାୟତମାନଙ୍କ ସହିତ କିଭଳି, ଏଭଳି ଘଟଣା ଘଟିଲା ସେ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେବାୟତମାନେ ପ୍ରଭୁଙ୍କ ନୀତିକାନ୍ତି ସଂପର୍କରେ ଅବଗତ କରାଇବା ସହିତ ଚାରମାନ ଦାୟିତ୍ବରେ ଥିବା ଅଧିକାରୀମାନେ ଠିକ୍ ପରିଚାଳନା ଅଭାବରୁ ଏଭଳି ଭୟଙ୍କର ଘଟଣା ଘଟିଥିଲା ବୋଲି ପ୍ରକାଶ କରିଥିଲେ । ଘଟଣା ସମୟରେ କୌଣସି ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ସେ ସ୍ଥାନରେ ନଥୁଲେ ବୋଲି ମତ ପ୍ରକାଶ ପାଇଛି । ପ୍ରତିନିଧୁ ମଣ୍ଡଳୀ ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ସ‌ହିତ ଆଲୋଚନା କରି ପ୍ରଭୁଙ୍କ ପରବର୍ତ୍ତୀ ନୀତିକାର୍ତ୍ତି, ଆଡପ ବିଜେ, ଆଡପ ଦର୍ଶନ, ବାହୁଡା ଯାତ୍ରା, ଅଧରପଣା ନୀତି ଓ ନିଳାଦ୍ରୀ ବିଜେ ତଥା ମହାପ୍ରଭୁଙ୍କର ସୁନାବେଶ କାର୍ଯ୍ୟ ଯେଭଳି ଶାଢି ଶୃଙ୍ଖଳାର ସହିତ ସମାପନ ହେବ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀ ଯେଭଳି ଆଶ୍ୱସ୍ତ ହେବେ, ପ୍ରଶାସନ କୌଣସି ତ୍ରୁଟି ବିଚ୍ୟୁତ ନହୁଏ ସେଥୁପାଇଁ ଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବ ରଖ୍ ସେବା କରିବା ପାଇଁ କମିଟି କାମନା କରିଛନ୍ତି ।



ଶରଧାବାଲିଠାରେ ଦଳଚକଟା ସ୍ଥାନ ପରିଦର୍ଶନ କରି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ସଂଜୟ କୁମାର ଦାସବର୍ମା ମତ ପ୍ରକାଶ କରିଛନ୍ତି ଯେ, ପ୍ରଶାସନିକ ଅବ୍ୟବସ୍ଥା ଓ ସମନ୍ବୟର ଅଭାବରୁ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥୁତ ହୋଇଛନ୍ତି। ଯେଉଁଭଳି ଭାବେ ପ୍ରଭୁ ଜଗନ୍ନାଥଙ୍କ ରଥ ସଂଧା ୭ଟା ୩୦ ପରେ ବିଧୁ ରକ୍ଷା କରିବା ପାଇଁ ଟଣା ଗଲା ଏବଂ ତା ପରଦିନ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କଠୁ ଆରମ୍ଭ କରି ସମସ୍ତେ ଉଦ୍‌ବେଗ ପ୍ରକାଶ କଲେ । ମହାପ୍ରଭୁଙ୍କ ଘୋଷଯାତ୍ରା ଯେଉଁଭଳି ଭାବେ ପ୍ରଶାସନିକ ଭାବେ ଦାୟିତ୍ଵ ସଂପୂର୍ଣ କରିବା କଥା ସେ ଦାୟିତ୍ୱ ତୁଲାଇଲେ ନାହିଁ କାହିଁକି ? ଆଜି ସକାଳୁ ଯେଉଁଭଳି ବଳାଚକଟାରେ ତିନି ଜଣ ମୃତ୍ୟୁ ହେବା ସହ ୧୫୦ ଜଣ ଆହତ ହୋଇଛନ୍ତି ତାହାକୁ ନେଇ ଗଣମାଧ୍ୟମରେ ମନ୍ତ୍ରୀମାନେ ଯେଉଁଭଳି ମନ୍ତବ୍ୟ ଦେଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଏହା ପରେ, ବିଜେଡିର ପ୍ରତିନିଧ‌ି ମଣ୍ଡଳୀ ପୁରୀ ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଆହତମାନଙ୍କ ଅବସ୍ଥା ସଂପର୍କରେ ଅନୁଧ୍ୟାନ କରିବା ସହ ରାଜ୍ୟ ସାସ୍ଥ୍ୟ ନିର୍ଦ୍ଦେଶକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀଙ୍କ ସହ ଆଲୋଚନା କରିଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ଦଳର ନେତାମାନ ଯେଉଁଭଳି ଅଯୌଳିକ ଯୁକ୍ତି ଉପସ୍ଥାପନ କରୁଛନ୍ତି ସେଥୁରୁ କ୍ଷାନ୍ତ ରୁହନ୍ତୁ । ଏହି ଘୋଷଯାତ୍ରାରେ ସଂପୃକ୍ତ ଥିବା ସମସ୍ତ ପ୍ରଶାସନିକ ଅଧିକାରୀ ନିଜ ନିଜର ଗର୍ବ ଅଂହକାର ପରିତ୍ୟାଗ କରି ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୁଅନ୍ତୁ । ଫଳରେ ଏହି ଘୋଷଯାତ୍ରା ସୁରୁଖୁରୁରେ ସମାପନ ହେବ ।

Advertisement



ଶ୍ରୀ ଦାସବର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ମୃତ୍ୟୁବରଣ କରିଥିବା ତିନି ଭକ୍ତଙ୍କ ପରିବାର ସହିତ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ, କଥା ହୋଇ ସେମାନଙ୍କୁ ଆଶ୍ବାସନା ଦେବା ସହ ସମବେଦନା ଜଣାଇଛନ୍ତି ।



ସେହିଭଳି ବିଜେଡି ରାଜ୍ୟସଭା ସାଂସଦ ଶ୍ରୀ ସୁବାଶିଷ ଖୁଣ୍ଟିଆ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ମାର ମାର ଭଣ୍ଡାରିଆକୁ ମାର ନ୍ୟାୟ ଭଳି, ଏସ୍‌ପି ଓ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ବଦଳି କରିଦେଇଛନ୍ତି । କିନ୍ତୁ କେଉଁଠି ବାସ୍ତବ ସମସ୍ୟା ରହିଲା, ତାହାକୁ ଏ ସରକାର ସମାଧାନ କରିନାହାନ୍ତି। ସାମ୍ବାଦିକଙ୍କୁ ମାଡ ମାରିବା, ଅନ୍ୟ ରାଜ୍ୟର ଗାଡି ମନଇଚ୍ଛା ବଡ ଦାଣ୍ଡରେ ବୁଲିବା ଆଦି ଘଟଣାମାନ ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି । ଏପରିକି ମୁଖ୍ୟମନ୍ତ୍ରୀ ୫ଜଣ ମନ୍ତ୍ରୀଙ୍କୁ ନେଇ ଏକ କମିଟି କରିଥିଲେ । ସେହି କମିଟି କୁଆଡେ ଗଲା ? ତେଣୁ ଏ ସରକାର ଘୋଷଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟି କରିଛନ୍ତି । ଆଗକୁ ଆହୁରି ଠାକୁରଙ୍କ ନୀତି ରହିଛି । ତେଣୁ ଅଂହକାର ଛାଡି, ମହାପ୍ରଭୁଙ୍କ ପାଖରେ ସମର୍ପିତ ହୁଅନ୍ତୁ ଏବଂ ଯାତ୍ରାକୁ ସୂଚାରରୂପେ ପରିଚାଳନା କରନ୍ତୁ।

ଏହି ବିଜେଡି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା କାକଟପୁର ବିଧାୟକ ଶ୍ରୀ ଦୁଷାରକାନ୍ତ ବେହେରା, ପୁରୀ ଜିଲ୍ଲା ଉପାଧ୍ୟକ୍ଷ ଶ୍ରୀ ସାଧୀନ ନାୟକ ଓ ବିଜେଡି ଦଳର ବରିଷ୍ଠ ନେତା ଶ୍ରୀ ବିଦ୍ୟାଧର ସାଇଁ ଉପସ୍ଥିତ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *