ନୋହିଲା ଜଗା ଦର୍ଶନ .. ଆମ ବସ ଚକା ତଳେ ଗଲା ୩ ଜୀବନ

ପୁରୀ :- ପୁଣି ଜୀବନ ନେଲା ଆମ ବସ। ଆମ ବସ୍ ଧକ୍କାରେ ୩ ଜଣଙ୍କ ପ୍ରାଣହାନୀ। ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥରେ ଆମ ବସ୍ ଧକ୍କାରେ ୩ ଜଣ ଯୁବତୀଙ୍କ ଜୀବନ ଚାଲି ଯାଇଛି। ଆଜି ଅପରାହ୍‌ଣରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ସ୍କୁଟିରେ ଯାଉଥିବା ତିନି ଜଣ ଯୁବତୀଙ୍କ ଉପରେ ଆମ ବସ୍ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ର ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପିପିଲି ଥାନା ଅଧୀନ ତରାକାଜ ନିକଟରେ ଘଟିଛି। ମୃତକମାନେ ହେଲେ ରିମ୍‌ଝିମ ପ୍ରିୟଦର୍ଶିନୀ ସାହୁ (୨୦), ଏଲିନା ଦାସ (୨୦) ଓ କାଜଲ ଦାସ (୨୦)।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *