ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି
ଭୁବନେଶ୍ଵର :- ରଥଯାତ୍ରାରେ ରାଜ୍ୟ ସରକାର ସ୍ୱୀକୃତିପ୍ରାପ୍ତ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁଁ ୭ରୁ ଊର୍ଦ୍ଧ୍ବ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି |

ଜଣେ ମହିଳା ସାମ୍ବାଦିକା ହାତରେ ୨୦ ଷ୍ଟିଜ ପଡିଛି | ଏପରି ଘଟଣାକୁ ଓଡିଶା ପତ୍ରକାର ସଙ୍ଘ(ଓପିଏସ )ପକ୍ଷରୁ ନିନ୍ଦା କରାଯାଇଛି. ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ସହିତ ସିସି କ୍ୟାମେରା ଯାଞ୍ଚ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଙ୍ଘ ରାଜ୍ୟ ସଭାପତି ଅବିନାଶ ମିଶ୍ର, ସାଧାରଣ ସମ୍ପାଦକ ରାମଦାସ ଲିମାଙ୍କସମେତ ସମସ୍ତ କର୍ମକର୍ତ୍ତା ଦାବି କରିଛନ୍ତି।

Subha Khabar is now on Whatsapp
Join and get latest news update delivered to you via whatsapp
Join Now