ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ବିମଳ ଷଡଙ୍ଗୀଙ୍କ ପରଲୋକ ରେ ଶୋକସଭା ଅନୁଷ୍ଠିତ

ଖୋର୍ଦ୍ଧା, ୧୯/୯- ଖୋର୍ଦ୍ଧାର ଐତିହାସିକ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ଜଣେ ଆଗଧାଡିର ପୁରାତନ ଛାତ୍ର ତଥା ବରିଷ୍ଠ ସମାଜସେବୀ ଶ୍ରୀ ବିମଳ ଷଡଙ୍ଗୀଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସ୍କୁଲ ପରିବାର ତଥା ସମଗ୍ର ଖୋର୍ଦ୍ଧା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା।

Advertisement


ସ୍ୱର୍ଗତ ଷଡଙ୍ଗୀ ବକ୍ସି ସ୍କୁଲର ୧୯୭୦ ବ୍ୟାଚର ଛାତ୍ର ଥିଲେ। ବିଦ୍ୟାଳୟର ୧୨୫ତମ ବାର୍ଷିକ ମହୋତ୍ସବ ପାଳନ ପାଇଁ ସେ ଆରମ୍ଭରୁ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଏବଂ ପୁରାତନ ଛାତ୍ର ସଂସଦର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ମିଷ୍ଟଭାଷୀ ସ୍ୱଭାବ ଓ ବିଦ୍ୟାଳୟ ପ୍ରତି ଥିବା ଭଲ ପାଇବା ପାଇଁ ସେ ସମସ୍ତଙ୍କର ପ୍ରିୟ ଥିଲେ।


ତାଙ୍କ ବିୟୋଗ ଖବର ପାଇ ପୁରାତନ ଛାତ୍ର ସଂସଦ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଆଜି ବିଦ୍ୟାଳୟ ପରିସରରେ ବିକ୍ରମ ଦାସ ଙ୍କ ଆବାହକତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜବାହାର ଲାଲ ସୁବୁଦ୍ଧି, ଦେବ ପ୍ରସାଦ ମଜୁମଦାର, ରବି ଶତପଥି, ଉମା ଶଙ୍କର ପ୍ରସାଦ, ପ୍ରମୋଦ ରାୟ, ସନ୍ତୋଷ କୁମାର ଦାସ, ଲଷ୍ମୀନାରାୟଣ ଭଞ୍ଜ, ସତ୍ୟବ୍ରତ ଦାସ, ରବୀନ୍ଦ୍ର କୁମାର ସାହୁ, ମନୋଜ ପ୍ରଧାନ, ସୂର୍ଯ୍ୟ ପତି, ଗୋପାଳ ଦାସ, ସୁଧାଂଶୁ ରାଉତରାୟ, ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପଣ୍ଡା ପ୍ରମୁଖ ଦିବଂଗତ ବିମଳ ଷଢଙ୍ଗୀ ଙ୍କ ବହୁ ମୁଖି ପ୍ରତିଭାର ସ୍ମୃତି ଚାରଣ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *