ବେଗୁନିଆ, : – (ଶୁଭ ଖବର) ଖୋରଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଓଡ଼ିଶା ର ପ୍ରସିଦ୍ଧ ଶୈବ ପୀଠ ଦେଉଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମ ସ୍ଥିତ ବାବା ଲୋକନାଥ ଦେବଙ୍କ ପୀଠରେ ଶିବ ପାର୍ବତୀ ବିବାହ ମନ୍ଦିର କମିଟି ଦ୍ବାରା ଅନୁଷ୍ଠିତ ହୋଇଛି। ଏଥିରେ ପୁରୋଧା ଗଦାଧର ପ୍ରହରାଜଙ୍କ ତତ୍ବାବଧାନରେ ଶିବଙ୍କ ପିତା ଭାବେ କୈଳାସ ପ୍ରହରାଜ ଓ ପାର୍ବତୀଙ୍କ ପିତା ମନ ମୋହନ ମହାପାତ୍ର ଉପବେସନ କରି ହୋମ ଓ ଯଜ୍ଞ କାର୍ଯ୍ୟ କରାଯାଇ ସମାପନ ହୋଇଥିଲା। ଆସନ୍ତା କାଲି ମନ୍ଦିର ପରିସରରୁ ଶୋଭାଯାତ୍ରାରେ ପ୍ରଭୁଙ୍କୁ ଗ୍ରାମ୍ୟ ପରିକ୍ରମା କରାଯାଇ ବନ୍ଦାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶିକ୍ଷାବିତ୍ ଦାଶରଥି ପ୍ରଧାନ ସହଯୋଗ କରିଥିବା ବେଳେ ପରିଚାଳନା ମଣ୍ଡଳୀ, ମନ୍ଦିର କମିଟି , ଶୈବ୍ୟ ପ୍ରେମୀ ଓ ସରପଂଚ ଅକ୍ଷୟ କୁମାର ରାଉତରାୟ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିବା ସହ ଉକ୍ତ କାର୍ଯ୍ୟକ୍ରମ ଟି କେମିତି ସୁଚାରୁ ରୂପେ ସମାପନ ହେବ ଏହା ହେଉଛି ପ୍ରଭୁ ଗୋଡ଼ା ଲୋକନାଥ ଙ୍କ ଇଚ୍ଛା ବିଶେଷ କରି ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି କମିଟି ର ସଭ୍ୟା ବୃନ୍ଦ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now