ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା ଦୁର୍ଘଟଣା ଘଟିବା ଆଶଙ୍କା

ବେଗୁନିଆ,୩୦/୫:  ବାଘମାରୀ- କଣ୍ଟିଲୋ ୪୮ ନମ୍ବର  ରାଜପଥର ସିମୋର ଛକ ଉପରେ ଯାତାୟାତ ଯାନବାହାନ ଚଳାଚଳ ଯୋଗୁଁ ଖାଲ ସୃଷ୍ଟି ହୋଇଛି। ଏହି  ଖାଲ ସୃଷ୍ଟି ହେବା ଫଳରେ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ସାଧାରଣରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ଏହି ରାସ୍ତା ଦେଇ ପ୍ରତ୍ୟହ ଦିବା ଓ ରାତ୍ରରେ ଯାତ୍ରୀବାହୀ ବସ,ଟ୍ରକ, ମୋଟର ସାଇକେଲ, ପଥଚାରୀ ଓ ବାଲି ବୋଝେଇ ଭାରି ଯାନ ପ୍ରଭୃତି  ଯାତାୟାତ କରିଥାନ୍ତି। ତେବେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲେ ମଧ୍ୟ  କାର୍ଯ୍ୟ କରିବାରେ ବିଳମ୍ବ ଘଟୁ ଥିବାରୁ ଶିକ୍ଷାବିତ୍ ଗୌର ଚରଣ ପ୍ରହରାଜ ଓ ପୂର୍ବତନ ସମିତି ସଭ୍ୟ ଅଜୟ କୁମାର ମହାପାତ୍ର ପ୍ରମୁଖ  ତୁରନ୍ତ ରାସ୍ତାଟି ମରାମତି କରିବା ପାଇଁ ସାଧାରଣରେ ଦାବି କରିଛନ୍ତି। ଏପରିକି ଗୋବିନ୍ଦପୁର ଛକ ଠାରେ ମଧ୍ୟ ରାସ୍ତାକୁ ଖୋଳି ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛା ଯାଇଥିଲା। ସେହି ସ୍ଥାନରେ ସୃଷ୍ଟି ହୋଇଥିବା ଖାଲକୁ କାମଚଳା ଭାବେ କେବଳ ମାଟି ପକାଇ ସମତୁଲ କରା ଯାଇଥିବାରୁ ସେଠାରେ ଖାଲ ଢିପ ଅବସ୍ଥାରେ ରହିଛି।ରାସ୍ତା କଡ଼ରେ ନିର୍ମାଣ ହୋଇଥିବା ଡ୍ରେନ କେବଳ ନାମକୁ ମାତ୍ର ନିର୍ମାଣ ହୋଇଛି । ଡ୍ରେନ ପାଣି ନିଷ୍କାସନ ପାଇଁ ନିର୍ମାଣ ହୁଏ ମାତ୍ର ତାହା ପାଲଟିଛି ମରନ ଜନ୍ତା । ରାସ୍ତା ପାର୍ଶ୍ବରେ ତିଆରି ହୋଇଛି ପ୍ରାକୃତିକ ଡ୍ରେନ ପରେ ସ୍ଵତନ୍ତ୍ର ଡ୍ରେନ ଯେଉଁଥିରେ ପ୍ରକୃତ ଡ୍ରେନ ବଦଳରେ ପ୍ରାକୃତିକ ଡ୍ରେନ ରେ ନିଷ୍କାସିତ ହେଉଛି  ପାଣି । କି ଅଦ୍ଭୁତ ବ୍ୟବସ୍ଥା ସରକାର ଙ୍କର ..ବୁଝି ହେଉନି କେବଳ ଗୋବିନ୍ଦପୁର ନୁହେଁ ଗେଡ଼ିଆ ପଲ୍ଲୀ ମଧ୍ୟ ଏକା ଅବସ୍ଥା । ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁ ବୋଲି ଦାବି ହେଉଛି ସର୍ବସାଧାରଣ ରେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *