ମହାପ୍ରଭୁ ଙ୍କ ରଥ ଯାତ୍ରା ଲାଗି  ପାଟ ବସ୍ତ୍ର  ବୁଣିବାରେ ରାଉତ ପଡ଼ା ବୁଣାକାର। ବସ୍ତ୍ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପାଖେଇ ଆସୁଛି ରଥଯାତ୍ରା। ବଡ଼ଦାଣ୍ଡ ଚଳଚଞ୍ଚଳ। ସେଥିପାଇଁ ପୁରୀ ରେ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ଚଳଚଞ୍ଚଲ ରହିଥାଏ, ରଥଯାତ୍ରା ରେ ଶ୍ରୀଜୀଉଙ୍କ ଲାଗି ଅଙ୍ଗବସ୍ତ୍ର ବୁଣା କାର୍ଯ୍ୟ ମଧ୍ୟ ଖୋର୍ଦ୍ଧା ରାଉତ ପଡା ରେ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି ।



ପାଖେଇ ଆସିଲାଣି ରଥଯାତ୍ରା। ରଥ ଗଢ଼ିବା ପାଇଁ  ସମସ୍ତ କାରିଗର ବ୍ୟସ୍ତ। ।ରଥ ଯାତ୍ରା ରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଙ୍କ ଲାଗି ଅଙ୍ଗବସ୍ତ୍ର କାର୍ଯ୍ୟ ମଧ୍ୟ ଖୋର୍ଦ୍ଧା ରାଉତପଡା ରେ ବୁଣାକାର ମାନେ ଆରମ୍ଭ କଲେଣି। ପ୍ରତିବର୍ଷ ଭଳି  ଗ୍ରାମର ମହିଳା ବୁଣାକାର ମାନେ ସୂତା ଗୁଡେଇବା କାର୍ଯ୍ୟାରମ୍ଭ କରୁଥିବା ବେଳେ, ବୁଣାକାର ମାନେ ଗୀତ ଗୋବିନ୍ଦ ପାଟ ପାଇଁ ଅକ୍ଷର ସଜ୍ଜା ଆରମ୍ଭ କରିଛନ୍ତି। ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ବସ୍ତ୍ର। ପାଇଁ ରଙ୍ଗ ପାଟ ମଧ୍ୟ ପ୍ରସ୍ତୁତି ଚାଲିଛି।
ଚଳିତ ବର୍ଷ ରାଉତ ପଡା ର ଗୋପୀନାଥ  ଦାସ ଙ୍କ ତତ୍ତ୍ଵାବଧାନରେ ୩୦ବୁଣାକାର ପରିବାର  ୨୩ପ୍ରକାର ବସ୍ତ୍ର ଯଥା ପତନି, ବୋଇରାଣି, ମଲମଲ, ଗଦି ଫେତା, ନେତଫୁଟା, ଗୀତଗୋବିନ୍ଦ, ଚେହେଲି, ଟଣାଖସା ଆଦି ବୁଣାକାର୍ଯ୍ୟ କରି  ଚାଲିଛନ୍ତି। କିଏ ସୂତା କାଟୁଛି, କିଏ ଅକ୍ଷର ବାନ୍ଧୁଛି। ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ରେ ଲାଗି ବସ୍ତ୍ର ଯେପରି ଠିକ୍ ଭାବେ ମାପ ରେ ଏବଂ ସ୍ଵତନ୍ତ୍ର ରଙ୍ଗରେ ତିଆରି ହେବ ତାହାକୁ ତନଖି କରିବା ଲାଗି  ସମସ୍ତେ ଯତ୍ନବାନ ହୋଇଛନ୍ତି। ଘୋଷ ଯାତ୍ରା ରେ ମହାପ୍ରଭୁଙ୍କ ଲାଗି ଅଙ୍ଗ ବସ୍ତ୍ର ରେ ଭିନ୍ନ ଭିନ୍ନ ନାମ ରହିଛି। ଶ୍ରୀମନ୍ଦିର ପ୍ରଶାସକ ନିକଟ ରୁ ଏଥି ପାଇଁ ଆଦେଶ ପତ୍ର ମଧ୍ୟ ମିଳିଛି।

ଦୀର୍ଘ ୩୦ବର୍ଷ ରୁ ଉର୍ଦ୍ଧ ହେବ, ଏହି ରାଉତପଡା ଗାଁ ର ବୁଣାକାର ମାନେ ମହାପ୍ରଭୁଙ୍କ ରଥଯାତ୍ରା ଶ୍ରୀଅଙ୍ଗ ରେ ଲାଗୁଥିବା ସମସ୍ତ ବସ୍ତ୍ର କୁ ନୀତି ନିଷ୍ଠ ସହକାରେ ବୁଣି ଯୋଗାଇ ଦେଉ ଆସୁଛନ୍ତି। ସେଥି ପାଇଁ ସମସ୍ତେ କାର୍ଯ୍ୟରେ ଲାଗି ପଡିଛନ୍ତି। ସମସ୍ତ ବସ୍ତ୍ର ପ୍ରସ୍ତୁତି ସାରି ସେମାନେ ଶ୍ରୀମନ୍ଦିର ପ୍ରଶାସନ କୁ ଦେବାପାଇଁ ଆଗଭର ହେଲେଣି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *