ଖୋର୍ଦ୍ଧା, (ଶୁଭ ଖବର )’- ଖୋର୍ଦ୍ଧା ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ରଥ ଙ୍କ ଆୟୋଜନ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ବିଭୂତି ଭୂଷଣ ଜେନା ଓ ବରିଷ୍ଠ ଶିକ୍ଷୟିତ୍ରୀ ଶର୍ମିଷ୍ଠା ସ୍ୱାଇଁ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଉଭୟ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଦୋନ୍ନତି ପାଇ ତଥା ଶିକ୍ଷକ ବିଭୂତି ଭୂଷଣ ଜେନା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁରୁଜଙ୍ଗ ର ପ୍ରଧାନଶିକ୍ଷକ ଦାୟିତ୍ୱ ନେଇଥିବା ବେଳେ ଶିକ୍ଷୟିତ୍ରୀ ଶର୍ମିଷ୍ଠା ସ୍ୱାଇଁ ଗଞ୍ଜାମ ଜିଲ୍ଲା ଲୋକମାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି l ଉଭୟ ଖୋର୍ଦ୍ଧା ବାଳିକା ବିଦ୍ୟାଳୟ ରେ ଦୀର୍ଘ ଦିନ ଧରି ପିଲା ମାନଙ୍କୁ ଉତ୍ତମ ଶିକ୍ଷାଦାନ ଦେଉଥିବା ବେଳେ ତାଙ୍କର ପଢା ଶୈଳୀ ପିଲାଙ୍କୁ ବେଶ ଆକୃଷ୍ଟ କରିଥିଲା ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ରଥ କହିଥିଲେ l

ଉଭୟ ଶିକ୍ଷକ ଥିଲେ ଦକ୍ଷ ସୁସଂଗଠକ ,ମିଷ୍ଟଭାଷି, ସ୍ନେହୀ, କର୍ତ୍ତବ୍ୟନିଷ୍ଠ ,, ଛାତ୍ର ବତ୍ସଳ,,ସେହିପରି ସମସ୍ତ ଷ୍ଟାଫ, ବିଦ୍ୟାଳୟ ଅଭିଭାବକ ଙ୍କ ସହିତ ଭଲ ଭାବେ ଜଡିତ ଥିଲେ, ବିଦ୍ୟାଳୟ ର ପାଣି ପବନ, ବିଦ୍ୟାଳୟ ର ଉନ୍ନତି କ୍ଷେତ୍ରରେ ରେ ତାଙ୍କର ସ୍ପର୍ଶ ରହିଥିଲା l ତାଙ୍କର ବିଦ୍ୟାଳୟ ରେ ରହଣି ଭିତରେ ବିଦ୍ୟାଳୟ ଓ ପିଲାଙ୍କ ଶିକ୍ଷା କ୍ଷେତ୍ର ରେ ଅବଦାନ ଅତୁଳନୀୟ ବୋଲି ଉପସ୍ଥିତ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ପରିଚାଳନା କମିଟି ସଭ୍ୟ ମାନେ ମତ ପ୍ରକାଶ କରିଥିଲେ l ଏହି ଅବସରେ ଉଭୟ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହାସିନା ବେଗମ, ଉପସଭାପତି ରୋଜାଲିନ ସେଠି,ଶିକ୍ଷୟିତ୍ରୀ ତୃପ୍ତିରାଣୀ ଜେନା,ତପସ୍ୱିନୀ ଦେହୁରୀ, ପ୍ରଂଜ୍ଞା ମହାନ୍ତି,ସ୍ନିଗ୍ଧା ପଟ୍ଟନାୟକ,ରଞ୍ଜିତା ନିଶଙ୍କ, ସସ୍ମିତା ଜେନା,ଦିପ୍ତିମୟୀ ଦାସ,ଶିକ୍ଷକ ଅନିଲ କୁମାର ସାହୁ, ଦଶମ ଶ୍ରେଣୀ ଛାତ୍ରୀ ସୁପ୍ରିୟା ବେହେରା,ଆଦ୍ୟାଶା ମିଶ୍ର, ସୋନାଲିସା ସାହୁ ଲଷ୍ମୀପ୍ରିୟା ପରିଡା ପ୍ରମୁଖ ଉଭୟ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ସ୍ମୃତି ଗୁଣଗାନ କରିଥିଲେ ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ର ସମସ୍ତ ଛାତ୍ରୀ, କମିଟି ସଦସ୍ୟ, ସଦସ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲା ବେଳେ ଶେଷରେ ବିଦାୟୀ ଶିକ୍ଷକ ବିଭୂତି ଭୂଷଣ ଜେନା ଓ ଶିକ୍ଷୟିତ୍ରୀ ଶର୍ମିଷ୍ଠା ସ୍ୱାଇଁ ବିଦ୍ୟାଳୟ ରେ ରହଣି ଭିତର ସ୍ମୃତି ଅନୁଭୂତି ପ୍ରକାଶ କରିବା ସହିତ ଛାତ୍ରୀ ଓ ବୟସ ରେ ସାନ ଶିକ୍ଷୟିତ୍ରୀ,ଶିକ୍ଷକ ଙ୍କୁ ମହତ ଉପଦେଶ ପ୍ରଦାନ କରିଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now
