ସବ୍ୟସାଚୀ ଦୀନେଶ ମେମୋରିଆଲ ଗିନି କପ କ୍ରିକେଟ : ସେମିଫାଇନାଲ ରେ ଆଲଫା, ବ୍ରହ୍ମପୁର

ଆସନ୍ତାକାଲି ଅନୁଷ୍ଠିତ ହେବ ପ୍ରଦର୍ଶନୀ ମ୍ୟାଚ୍

ଖୋର୍ଦ୍ଧା,(୦୮/୦୧):- ଖୋର୍ଦ୍ଧା ଜିଲ୍ଲା  କ୍ରିକେଟ  ଆସୋସିଏସନ୍ ଆନୁକୁଲ୍ୟରେ ଚାଲିଥିବା ସବ୍ୟସାଚୀ-ଦୀନେଶ ମେମୋରିଆଲ୍ ଗିନିକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜିର  ମ୍ୟାଚ ରେ ଆଲଫା ବ୍ରହ୍ମପୁର ଖୋର୍ଦ୍ଧା କୁ ୬ ୱିକେଟ ରେ ପରାସ୍ତ କରି ସେମି ଫାଇନାଲ ରେ ପ୍ରବେଶ କରିଛି।

ଖୋର୍ଦ୍ଧା ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭର ରେ ସମସ୍ତ ୮ ୱିକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷ ରୁ ଆର୍ଯ୍ୟ ଦେବାଶିଷ ଭଟ୍ଟ ୪୮ ଟି ବଲ ରେ ୨ଟି ଛକା ଏବଂ ୬ ଟି ଚୌକା ସହାୟତା ରେ ସର୍ବାଧିକ ୫୯ ରନ ଓ ରାକେଶ ପଟ୍ଟନାୟକ ୩୧ଟି ବଲ୍ ରେ ୫୦ ରନ୍ ସଂଗ୍ରହ କରିଥିଲେ।



ଆଲଫା କ୍ଲବ ପକ୍ଷ ରୁ ଟୁକୁନା ସାହୁ ୩ ଟି ଏବଂ ବି ଶିବା ୨ ଟି   ୱିକେଟ ଅକ୍ତିଆର କରିଥିଲେ।  ପ୍ରତ୍ୟୁତ୍ତର ଆଲଫା ବ୍ରହ୍ମପୁର, ଦଳ ୧୯ ଓଭର ରେ ୪ଟି ୱିକେଟ  ହରାଇ ଆବଶ୍ୟକ ରନ କରି ଏହି ମ୍ୟାଚ କୁ ୬  ୱିକେଟ ରେ ଜିତି ଦ୍ଵିତୀୟ ସେମି ଫାଇନାଲ କୁ ପ୍ରବେଶ କରିଛନ୍ତି।ଦଳ ପକ୍ଷ ରୁ ବିଶ୍ଵ ୱାଲ ଟାଇର ଟପ୍ପୋ ସର୍ବାଧିକ ୭୪ରନ୍ ଏବଂ ପ୍ରବୀଣ କୁମାର ଅପରାଜିତ ୩୯ ରନ୍ କରିଥିଲେ। ଅମ୍ରିତା ବିଦ୍ୟାଳୟମ୍ ତରଫରୁ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ବ୍ରହ୍ମପୁର ଦଳ ର ୱାଲଟାର ଟପ୍ପୋ ଙ୍କୁ ୨ ହଜାର ଟଙ୍କାର ପୁରସ୍କାର ପ୍ରାଣନାଥ ମହାବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଚିତ୍ତରଞ୍ଜନ ବେଉରା ଓ ରାଜୁ ମୋଦି ପ୍ରଦାନ କରିଥିଲେ।ଭାଷ୍ୟକାର ଅବ୍ୟକ୍ତ ହରିହର ଖାଡ଼ଙ୍ଗା ମଞ୍ଚ ପରିଚାଳନା କରିଥିଲେ। ଆଜିର ମ୍ୟାଚ୍ ରେ ଅମ୍ପେୟାର ଭାବେ ରାକେଶ ମିଶ୍ର ଏବଂ ଏସ କରୁଣାକର ପରିଚାଳନା କରିଥିବା ବେଳେ ଜନ୍ମେଜୟ ଛୋଟରାୟ ଓ ରବିନାରାୟଣ ପରିଡା ସ୍କୋରର ଭାବେ କାର୍ଯ୍ୟ କରିଥିଲେ।  ମୁଖ୍ୟ ଅତିଥି ଭାବେ ଅମ୍ରିତା ବିଦ୍ୟାଳୟ ର ଅଧ୍ୟକ୍ଷା ମୌସମୀ ପଟ୍ଟନାୟକ ଯୋଗ ଦେଇଥିଲେ। ଆସୋସିଏସନର ର ସମ୍ପାଦକ ଭବାନୀ ଶଙ୍କର ପଣ୍ଡା, କୋଷାଧ୍ୟକ୍ଷ ତନ୍ମୟ ବୋଷ,ସୌର୍ଯ୍ୟ ରଂଜନ ମହାନ୍ତି,ସୁରେଶ ଭୂଷଣ ପଟ୍ଟନାୟକ, ସୁବ୍ରତ ଦାସ, ବିଜୟ କୁମାର ଗୋଛି, ସୁଧାଂଶୁ ଦାସ୍, ଏବଂ ଦେବୀଶଙ୍କର ପଣ୍ଡା,ବିଜ୍ଞାନ ସୁନ୍ଦରାୟ,ଶଶିକାନ୍ତ ଦାସ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ରେ ସହାୟତା  କରିଥିଲେ।

ଆସନ୍ତାକାଲି ଶୁକ୍ରବାର ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ ବୋଲି ରବିନାରାୟଣ ରାଉତରାୟ ଜଣାଇଥିବା ବେଳେ ଆସନ୍ତା ଜାନୁଆରୀ ୧୦ ଶନିବାର ଦ୍ଵିତୀୟ ସେମି ଫାଇନାଲ ସୋଲାର କଟକ ବନାମ ଆଲଫା ବ୍ରହ୍ମପୁର ମଧ୍ୟରେ ହେବ ବୋଲି ସଭ୍ୟ ରବି ସ୍ୱାଇଁ ଜଣାଇଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *