ଜିଲ୍ଲା ମରୁଡି ପରିଚାଳନା ଯୋଜନାକୁ ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ପ୍ରେରଣ
ରବି ଫସଲ ପାଇଁ କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ
ଖୋର୍ଦ୍ଧା,(୩୦/୧୨);- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ରବି ଫସଲ ୨୦୨୫-୨୬ ବର୍ଷ ନିମନ୍ତେ ଜିଲ୍ଲା ସ୍ତରୀୟ କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି ଅଧ୍ୟକ୍ଷଙ୍କୁ ବିସ୍ତୃତ ଭାବେ ପାୱାର ପଏଣ୍ଟ ଉପକରଣରେ ତଥ୍ୟ ଉପସ୍ଥାପନ କରିଥିଲେ l ପରେ ଅଧ୍ୟକ୍ଷ କୃଷି, ଉଦ୍ୟାନ କୃଷି, ଜଳସେଚନ, ଉଠା ଜଳସେଚନ, ପ୍ରାଚୀ ଖଣ୍ଡ ଜଳସେଚନ , ମୂର୍ତ୍ତିକା ସଂରକ୍ଷଣ, ଜିଲ୍ଲାରେ ହୋଇଥିବା ବର୍ଷା ଅନୁପାତ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ l ସେହିପରି ଅଧ୍ୟକ୍ଷ ଜିଲ୍ଲାରେ ଶିକ୍ଷା, ସୂଚନା ଓ ଯୋଗାଯୋଗ (ଆ ଇ ସି) କ୍ୟାମ୍ପ କରାଇ ମସଲା ଜାତୀୟ କୃଷି ବୃଦ୍ଧି କରିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଧରିତ୍ରୀ ମାତା ବଚାଓ ଅଭିଯାନ, ବିପଣନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମନ୍ତେ ମାର୍କଫେଡ୍ କାର୍ଯ୍ୟଧାରା, ଶ୍ରୀ ଅନ୍ନ ଅଭିଯାନ, କ୍ଲଷ୍ଟର ସ୍ତରୀୟ ମୁଗ, ବିରି ପ୍ରଦର୍ଶନ, କୃଷି ମେଳା ଓ ପ୍ରଦର୍ଶନୀ, କୃଷକ ପଞ୍ଜିକରଣ, ରବି ଋତୁରେ ଶସ୍ୟ ପ୍ରଦର୍ଶନୀ, କୃଷି ସୁରକ୍ଷା କାର୍ଯ୍ୟକ୍ରମ ଓ ବିଭିନ୍ନ ଯୋଜନା ର ରଣନୀତି ସମ୍ଵନ୍ଧରେ ଅଧ୍ୟକ୍ଷ ବିଭାଗୀୟ ସମୀକ୍ଷା କରିଥିଲେ ।

ସୂଚନା ଅନୁସାରେ ଜିଲ୍ଲାରେ ଏପ୍ରିଲ ରୁ ଅକ୍ଟୋବର ୨୦୨୫ ରେ ବର୍ଷାର ପରିମାଣ ୧୩୦୮.୫ ମିଳି ମିଟର ଥିଲା l ଖରିଫ ୨୦୨୫ ଋତୁରେ ଖାଦ୍ୟ ଶସ୍ୟ ମୋଟ ୧୮୪୮୦ ମେଟ୍ରିକ୍ ଟନ୍ ଉତ୍ପାଦ ମିଳିଥିବା ବେଳେ ରବି ଋତୁ ୨୦୨୫-୨୬ ବର୍ଷରେ ମୋଟ ୨୧୦୦୦ ମେଟ୍ରିକ୍ ଟନ୍ ଖାଦ୍ୟ ଶସ୍ୟ ଉତ୍ପାଦ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି l ୨୦୨୫ବର୍ଷରେ ମାଟି ସ୍ୱାସ୍ଥ୍ୟ କାର୍ଡ ୮୮୪୫ ପ୍ରସ୍ତୁତ କରାଯାଇ ୬୩୭୩ ବଣ୍ଟନ କରାଯାଇଅଛି l ୨୦୨୫-୨୬ ରବି ଫସଲକୁ ସମ୍ପୂର୍ଣ୍ଣ ଭାବେ ଜିଲ୍ଲାରେ ସଫଳ କରିବା ଜନିତ ଚାଷୀ ମାନଙ୍କୁ ୪୧୩୦୦.୦୦ଲକ୍ଷ ଋଣ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର,ସମସ୍ତ ବ୍ଲକର କୃଷି ଅଧିକାରୀ, ଜଳସେଚନ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟ ମେଣ୍ଟ ଯନ୍ତ୍ରୀ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଏବଂ କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

ସେହିପରି ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଖୋର୍ଦ୍ଧା ଜିଲ୍ଲା ମରୁଡି ପରିଚାଳନା ଯୋଜନାକୁ ସମସ୍ତ ସଦସ୍ୟ ସଦସ୍ୟା ଙ୍କ ଅବଗତି ନିମନ୍ତେ ପ୍ରକାଶ କଲାପରେ ସମସ୍ତଙ୍କ ସମ୍ମତି ଅଧ୍ୟକ୍ଷ ଙ୍କ ପରାମର୍ଶ କ୍ରମେ ଜିଲ୍ଲାପାଳ ଙ୍କ ଅନୁମୋଦନ ପାଇଁ ସ୍ଥିରୀକୃତ ହେଇଥିଲା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now