ଖୋର୍ଦ୍ଧା ,(୨୮/୧୨):- ବିଜୁ ଯୁବ ଜନତା ଦଳ ର ରାଜ୍ୟ ଉପ ସଭାପତି ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ପଦୋନ୍ନତି ପାଇ ନିଯୁକ୍ତ ହୋଇଛନ୍ତି।ଗତ ୨୦୨୦ ରୁ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା କେଉଁଝର ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି।ବହୁ ଉପ ନିର୍ବାଚନ ରେ କାର୍ଯ୍ୟ ଦକ୍ଷତା ସହ ତ୍ରିସ୍ଥରୀୟ ପଞ୍ଚାୟତ ତଥା ପୌର ନିର୍ବାଚନ ରେ ଦଳୀୟ ପ୍ରାର୍ଥୀ ଙ୍କ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଖାଡ଼ଙ୍ଗା ଜଣେ ଯୁବ ସଂଗଠକ ଭାବେ ଖୋର୍ଦ୍ଧା ଓ ବେଗୁନିଆ ନିର୍ବାଚନ ମଣ୍ଡଳୀ ଏବଂ କେଉଁଝର ସଂଗଠନ ସହ ବିଭିନ୍ନ ଗଠନ ମୂଳକ ଓ ସାମାଜିକ କାର୍ଯ୍ୟକ୍ରମ କରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ରେ ୫୦୦୦ ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ, ୨ ହଜାର ରୁ ଉର୍ଦ୍ଧ ବୃକ୍ଷ ରୋପଣ, ମାସ୍କ ବଣ୍ଟନ, ପ୍ରବାସୀ ଓଡ଼ିଆଙ୍କ ମୃତଦେହ ଓଡିଶା କୁ ଆଣିବା, ଗ୍ରାମ୍ୟ ମସାଣି ର ସଫେଇ ଭଳି କାର୍ଯ୍ୟ କରି ସମାଜ ରେ ଆଦୃତ ହୋଇ ପାରିଛନ୍ତି। ଖାଡ଼ଙ୍ଗା ଜଣେ କ୍ରୀଡା ସଂଗଠକ ଭାବେ ବେସ ଜଣାଶୁଣା।

ଏହି ପଦୋନ୍ନତି ପାଇଁ ଖାଡ଼ଙ୍ଗା ବିଜୁ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର )ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଯୁବ ବିଜେଡି ରାଜ୍ୟ ସଭାପତି ଚିନ୍ମୟ ସାହୁ, ଯୁବ ବ୍ୟାପାର ରେ ଥିବା ବରିଷ୍ଠ ନେତୃବୃନ୍ଦ ଙ୍କୁ କୃତଜ୍ଞତା ଜଣାଇବା ସହ ଦଳର ସୁପ୍ରିମୋ ପୁଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପଦୋନ୍ନତି ଦେଇଥିବାରୁ ବହୁତ ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବତନ ଯୋଜନା କମିଟି ଅଧକ୍ଷ ରାଜେନ୍ଦ୍ର କୁମାର ସାହୁ, ବେଗୁନିଆ ବିଧାୟକ ପ୍ରଦୀପ ସାହୁ,ରାଜ୍ୟ ସଭାପତି ଚିନ୍ମୟ ସାହୁ, ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଲିଃ ର ସଭାପତି ଅଭିଷେକ ସିଂ ସାମନ୍ତ ଓ ବହୁ ସଂଗଠନ ର ମୁଖ୍ୟ ଏବଂ ବୁଦ୍ଧିଜୀବୀ ମାନେ ଅବ୍ୟକ୍ତ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖାଡ଼ଙ୍ଗା ତାଙ୍କ ପ୍ରତିକ୍ରିୟା ରେ ଆଗାମୀ ଦିନରେ ବିଜୁ ଜନତା ଦଳକୁ ସଂଗଠିତ କରି ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ରେ ବିଜେଡି କୁ କ୍ଷମତା ସହ ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ରେ କିପରି ବିଜେଡି ସରକାର କରିବ ସେଥିପାଇଁ ଜୋରଦାର କାର୍ଯ୍ୟ ଜାରି ରହିବ ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now