ସିଗମା କ୍ରିକେଟ କପ: ଟେନଥ୍ ରାଇଜିଂ ଷ୍ଟାର ଚମ୍ପିୟାନ

ଖୋର୍ଦ୍ଧା,(୨୪/୧୨):- ସ୍ଥାନୀୟ ବିଜେବି ହାଇସ୍କୁଲ କ୍ରିକେଟ ଷ୍ଟାଡିୟମ୍ ରେ ଚଳିତ ବର୍ଷ ପ୍ରଥମ ସିଗମା କ୍ରିକେଟ କପ୍  ଟୁର୍ଣ୍ଣ ମେଣ୍ଟ ରେ ଟେନଥ୍ ରାଇଜିଂ ଷ୍ଟାର ଚମ୍ପିୟାନ ହୋଇଛି।  ତିନୋଟି ଟିମ୍ ଏହି   ଟୁର୍ଣ୍ଣାମେ୍ନ୍ଟ ରେ  ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍ ଟେନଥ୍  ରାଇଯିଂ ଏବଂ ନାଇଁନଥ ରାଇଯିଂ ଷ୍ଟାର ମଧ୍ୟ ରେ ଅନୁଷ୍ଠିତ ହୋଇଯାଇଛି।

ଟସ୍ ଜିତି ଟେନଥ୍  ରାଇଯିଂ ଷ୍ଟାର୍ ନିର୍ଦ୍ଧାରିତ ୧୦ଓଭର ରେ   ୮  ୱିକେଟ ହରାଇ ୯୩ ରନ ସଂଗ୍ରହ କରିଥିଲେ। ଟିମ୍ ତରଫରୁ  ବିଶ୍ବରଂଜନ ଗୁମାନ ସିଂ ୨୮ରନ ସଂଗ୍ରହ ସହିତ ୨ଟି  ୱିକେଟ ଅକ୍ତିଆର କରିଥିଲା ।  ଜବାବ ରେ ନାଇଁନଥ ରାଇଜିଂ ଷ୍ଟାର୍ ସମସ୍ତ ୱିକେଟ ହରାଇ ମାତ୍ର  ୪୨ରନ୍ ସଂଗ୍ରହ କରି  ରନର୍ଶ ଅପ୍ ହୋଇଥିଲା। ଦଳ ତରଫ ରୁ ଦେବରାଜ ନାୟକ ୧୯ରନ ସଂଗ୍ରହ କରିଥିଲେ। ଟେନଥ୍ ରାଇଜିଂ ଷ୍ଟାର୍ ସ୍ଵୟଂ ସିଂ  ସର୍ବାଧିକ ୮ରନ ଦେଇ ୩ଟି ୱିକେଟ ସଂଗ୍ରହ କରିଥିଲେ।

ବସନ୍ତ  କୁମାର ଖୁଣ୍ଟିଆ ଙ୍କ  ସଂଯୋଜନାରେ ଆୟୋଜିତ ଟୁର୍ଣ୍ଣ ମେଣ୍ଟ ଫାଇନାଲ ଉତ୍ସବ ରେ   ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିକେଟ ଆସୋ ସିଏସନ  ସମ୍ପାଦକ ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ, ସାମ୍ବାଦିକ ପ୍ରଭାତ ପାଣିଗ୍ରାହୀ, ସ୍କୁଲ ଚେୟାରମ୍ୟାନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ , ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଯୋଗେ ଦେଇ ଚମ୍ପିୟାନ ଦଳ ସହ ଅନ୍ୟାନ୍ୟ ଟିମ୍ କୁ କୁ ଟ୍ରଫି ପ୍ରଦାନ କରିଥିଲେ। ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବେ ଟେନ ଥ ରାଇଜିଂ ଷ୍ଟାର୍ ର ବିଶ୍ଵ ରଂଜନ ଗୁମାନ ସିଂ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ବେଷ୍ଟ ବ୍ୟାଟ୍ସମ୍ୟାନ୍ ଅଫ ଦି  ଟୁର୍ଣ୍ଣାମେଣ୍ଟ ଭାବେ ଯୁନୁମୁନି ପ୍ରଧାନ, ବେଷ୍ଟ  ବୋଲର ଅଫ ଦି  ଟୁର୍ଣ୍ଣାମେଣ୍ଟ ଭାବେ ବିଶ୍ଵ ରଂଜନ ଗୁମାନ ସିଂ ପୁରସ୍କୃତ ହୋଇଥିଲେ।  ଅମ୍ପେୟାର ଭାବେ ଅର୍ଚିଷ୍ମାନ  ପଟ୍ଟନାୟକ, ଧରଣୀଧର ସ୍ବାଇଁ, ହେମନ୍ତ କୁମାର ମିଶ୍ର ମ୍ୟାଚ୍ ପରିଚାଳନା କରିଥିଲେ। 

ଅନ୍ୟ ମାନଙ୍କ ମଧ୍ୟ ରେ  ମାନସ ରଞ୍ଜନ ମହାପାତ୍ର, ବିରଞ୍ଚି ନାରାୟଣ ପଣ୍ଡା, ଦୀପ୍ତି ରଞ୍ଜନ ରଣା , ସୌମ୍ୟା  ଲଗ୍ନା ଶତପଥୀ, ବୁର୍ଣାଳି ମାଜି, ସୁମିତା ତ୍ରିପାଠୀ, କରିଶ୍ମା, ରଚିତା, ଏବଂ ଦିଲ୍ଲୀପ କୁମାର ସୁନ୍ଦରାୟ ପ୍ରମୁଖ ସହଯୋଗ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *