୨୫ତମ ଖୋର୍ଦ୍ଧା ମହୋତ୍ସବ ର  ଷଷ୍ଠ ସନ୍ଧ୍ୟା

ଖୋର୍ଦ୍ଧା,(୨୧/୧୨):- ଖୋର୍ଦ୍ଧା ସଦର ମହକୁମା ଟି ଏଲ ସି ସ୍ଥିତ ବିଡିଏ  ପଡ଼ିଆରେ ଚାଲିଥିବା ଖୋର୍ଦ୍ଧା ମହୋତ୍ସବ ର  ଷଷ୍ଠ ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ ଏବଂ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଯୋଗଦାନ ମହୋତ୍ସବ କୁ ବେଶ୍ ଆକର୍ଷଣୀୟ କରିଥିଲା ।



ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଶୟିକ ଶିକ୍ଷା  ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ଖୋର୍ଦ୍ଧା ଜିଲ୍ଲାକୁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ପ୍ରାଧାନ୍ୟ ଦେଇ ଓଡ଼ିଶାର ଏମ ଏସ  ଏମ ଇ ଶିଳ୍ପ ହବ ରେ ପରିଣତ କରିବା ସହ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ନିର୍ମାଣ ରେ ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ଗମନାଗମନ, ପାଇକ ବିଦ୍ରୋହ ସ୍ମାରକୀ କାର୍ଯ୍ୟକ୍ରମ ସହ କୃଷି, ବୈଷୟିକ ଜ୍ଞାନ କୌଶଳ ଦକ୍ଷତା ବିକାଶ ବୃଦ୍ଧି ଓ ନିଯୁକ୍ତିରେ ଖୋର୍ଦ୍ଧା ଜିଲ୍ଲା ଏକ ନମ୍ୱର୍ ହେବାସହ ଏଭଳି କାୟା ବିସ୍ତାରିତ ମହୋତ୍ସବ ଓଡ଼ିଆ ଅସ୍ମିତା କୁ ବଜାୟ ରଖିବ ବୋଲି ପ୍ରକାଶ କରିଥିଲେ l

ସାଂସ୍କୃତିକ କାର୍ଯ୍ୟକ୍ରମରେ  ଗୌରୀ ଶଙ୍କର ନାଟ୍ୟ ପରିଷଦ, ମଣିପାଲ ଡ୍ୟାନ୍ସ ଷ୍ଟୁଡିଓ, ଡିଭାଇନ ଡ୍ୟାନ୍ସ,  ନୃତ୍ୟ ପ୍ରତିଭା  ଭୁବନେଶ୍ୱରର ସାଂସ୍କୃତିକ ଅନୁଷ୍ଠାନର ଖ୍ୟାତି କଳାକାର ମାନଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ ମଞ୍ଚ ମଣ୍ଡନ କରିଥିଲା l

ଆଜିର ମଂଚାସୀନ ଅତିଥି ମାନକ ମଧ୍ୟରେ ସ୍ଥାନୀୟ ବିଧାୟକ ତଥା  ମୁଖ୍ୟ ଉପଦେଷ୍ଟା ମହୋତ୍ସବ କମିଟି ପ୍ରଶାନ୍ତ କୁମାର ଜଗଦେବ,ଖୋର୍ଦ୍ଧା ପୌରପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ମହୋତ୍ସବ ସଭାପତି ଦିଲୀପ ଶ୍ରୀଚନ୍ଦନ, ସଂପାଦକ ନରେନ୍ଦ୍ର ପୃଷ୍ଟି,କଣ୍ଠ ଶିଳ୍ପୀ ସୋନାଲି ନନ୍ଦ, କଣ୍ଠ ଶିଳ୍ପୀ ଜୟଶ୍ରୀ ଧଳ  ଯିଏ କି ଖୋର୍ଦ୍ଧା ମହୋତ୍ସବ ସଂଗୀତ ଗାଇଛନ୍ତି,ସନ୍ଧ୍ୟା ବତୀ ପ୍ରଧାନ ,ରାଜ୍ୟ ଶିଶୁ ସୁରକ୍ଷା ପ୍ରାକ୍ତନ ଅଧ୍ୟକ୍ଷା,  ଶିଶୁ କଣ୍ଠ ଶିଳ୍ପୀ, ଶାନ୍ତନୁ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *