ସ୍ବାସ୍ଥ୍ୟ ସେବା ଓ ବନ୍ଧୁତା ରେଡକ୍ରସ ର ମୂଳ ଲକ୍ଷ୍ୟ

ଜୁନିଅର ରେଡକ୍ରସ ପରାମର୍ଶଦାତା ତାଲିମ୍ ଶିବିର

ଖୋର୍ଦ୍ଧା,(୦୧/୧୨):-  ସ୍ବାସ୍ଥ୍ୟ ସେବା ଓ ବନ୍ଧୁତା ରେଡକ୍ରସର ମୂଳ ଲକ୍ଷ୍ୟ ଏବଂ ଏ ଲକ୍ଷ୍ୟ ଶିକ୍ଷକମାନଙ୍କ ଦ୍ଵାରା ସାଧିତ ହେବ ବୋଲି ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ମତବ୍ୟକ୍ତ କରିଥିଲେ l ବେଗୁନିଆ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୁନିଅର ରେଡକ୍ରସ ବ୍ଲକ୍ ସ୍ତରୀୟ ପରାମର୍ଶଦାତା ତାଲିମ୍ ଶିବିରରେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟମାନଙ୍କରୁ ପ୍ରାୟ ୬୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିବା ବେଳେ ପ୍ରଶିକ୍ଷକ ଭାବେ ରାଜ୍ୟସ୍ତରୀୟ ପ୍ରଶିକ୍ଷକ ଉପେନ୍ଦ୍ର ଦାଶ, ସୌମ୍ୟରଂଜନ ଦୀକ୍ଷିତ, ଶଶୀରେଖା ମୁଦୁଲି ଉପସ୍ଥିତ ରହି ରେଡକ୍ରସର ଗଠନ ଓ କାର୍ଯ୍ୟକାରିତା ସମ୍ଵନ୍ଧରେ ଆଲୋକପାତ କରିଥିଲେ l

ଷଷ୍ଠ ଶ୍ରେଣୀଠାରୁ ଏହି ରେଡକ୍ରସ୍ ଗଠନ ହେବ ଏବଂ ଆମେ ସମସ୍ତେ ଦେଶ ଗଠନରେ ସହାୟକ ହେବା ବୋଲି ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁ ମତପୋଷଣ କରିଥିଲେ l ବରିଷ୍ଠ ଶିକ୍ଷୟିତ୍ରୀ ସ୍ମୃତିସ୍ମିତା ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ l ସି ଆର ସି ସି ସରୋଜ ବେହେରା, ସୂର୍ଯ୍ୟ ନାରାୟଣ ପଣ୍ଡା, ରିନାଞ୍ଜଳି ସାହୁ, ସନ୍ଧ୍ୟାରାଣୀ ରଥ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *