କୁମାରବସ୍ତ ଲୋକନାଥଦେବ କ୍ରିକେଟ ଟୁର୍ନାମେଣ୍ଟ ଯଦୁପୁର ଓ ମଞ୍ଚେଶ୍ୱର୍ ବିଜୟୀ

ଖୋର୍ଦ୍ଧା :(୨୫/୧୧):- ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ  ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ଯଦୁପୁର ଦଳ ଗଙ୍ଗପଡ଼ା ଦଳ କୁ ୫ୱିକେଟରେ ପରାସ୍ତ କରିଛି ‌। ଗଙ୍ଗପଡ଼ା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୧୦୨ ରନ୍ ସଂଗ୍ରହ କରିଥିଲେ ।।ଜବାବ ରେ ଯଦୁପୁର ଦଳ ୧୨ ଓଭର ରେ ଆବଶ୍ୟକ ୧୦୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା।ଶ୍ରେଷ୍ଠ ଖେଳାଳି ଏମ ଡି ତବ୍ରିଜ୍ ଙ୍କୁ ସମାଜସେବୀ ନରେନ୍ଦ୍ର ବରାଳ ପୁରସ୍କୃତ କରିଥିଲେ।




ଦ୍ଵିତୀୟ ମ୍ୟାଚ (ନନ ଆଧାର) ଟସ୍ ରେ ବିଜୟ ଲାଭ କରି ମଞ୍ଚେଶ୍ଵର ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି ମଞ୍ଚେଶ୍ଵର୍ ଦଳ ନିର୍ଦ୍ଧାରିତ ୧୭.୫ ଓଭର ରୁ ସମସ୍ତ ୱିକେଟ ହରାଇ ୧୨୮ରନ ସଂଗ୍ରହ କରିଥିଲେ।ଦଳ ପକ୍ଷରୁ ରାକେଶ ସାହୁ ୫୧ ରନ୍ ସଂଗ୍ରହ କରିଥିଲେ। ଜବାବରେ ଢେଙ୍କାନାଳ ଦଳ ନିର୍ଦ୍ଧାରିତ ୧୫ ଓଭର ରେ ସମସ୍ତ ୱିକେଟ ହରାଇ ୮୭ ରନ୍ ରେ ସିମିତ ରହି ପରାଜିତ ହୋଇଥିଲ। ଦଳ ପକ୍ଷରୁ ମନୋଜ ବାରିକ ୩ ଟି ୱିକେଟ ନେଇ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ସମାଜସେବୀ ଗୋବର୍ଦ୍ଧନ ହାତୀ, ସଞ୍ଜୟ ପାଇକରାୟଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।ଖେଳଟିକୁ ପରିଚାଳନା କରୁଥିଲେ ତୁଷାର କାନ୍ତ ସୁନ୍ଦରାୟ, ପ୍ରୀତିରଞ୍ଜନ ବିଜୟିସିଂ,ସାନୁଜ ବିଶ୍ୱାଳ ଓ ଆଲୋକ ରଂଜନ ଜେନା। ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ,ଅଭିଜିତ ସାମନ୍ତରାୟ ଓ ସୂର୍ୟ ପ୍ରତାପ ଗଜେନ୍ଦ୍ର ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ  ତୁଲାଇଥିଲେ । ଆସନ୍ତାକାଲି ବୁଧବାର ପ୍ରଥମ ମ୍ୟାଚ୍ ସୁଆଙ୍ଗ ବନାମ ମୁକୁନ୍ଦ ପ୍ରସାଦ ଏବଂ ଦ୍ଵିତୀୟ ମ୍ୟାଚ ଅଟ୍ରି ବନାମ ମଞ୍ଚେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ଜଣାଇଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *