ବାଙ୍କୀ,(୨୩/୧୧):- ବାଙ୍କୀ ଥାନା ଅନ୍ତର୍ଗତ ପଥୁରିପଡ଼ା ଗ୍ରାମର ଚିନ୍ତାମଣି ଦାସଙ୍କ ଝିଅ ୧୯ ବର୍ଷ ବୟସ୍କା ସୁଭସ୍ମିତା ଦାସ, ନୟାଗଡ଼ର ରାଜସୁନାଖଳାରେ ପ୍ରଥମ ବର୍ଷର ସିଟି ଛାତ୍ରୀ ଥିଲେ।

ଆଜି ଅପରାହ୍ନ ପ୍ରାୟ ୧:୦୦ ଟା ରେ, ସେ ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଥାନା ଅନ୍ତର୍ଗତ ଓସ୍ତପୁର ବଜାର ନିକଟରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ l ସ୍ଥାନୀୟ ଲୋକମାନେ ତାଙ୍କୁ ଦେଖି ତୁରନ୍ତ ତାଙ୍କ ପରିବାର ସଦସ୍ୟଙ୍କୁ, ବିଶେଷକରି ତାଙ୍କ ଭାଇଙ୍କୁ ଖବର ଦେଇଥିଲେ। ତା’ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧାର ଡିଏଚ୍ଏଚ୍ ସ୍ଥାନାନ୍ତର କରାଯାଇଥିଲା।
ଡାକ୍ତରଖାନାରେ ପହଞ୍ଚିବା ପରେ, ଉପସ୍ଥିତ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now