ଖୋର୍ଦ୍ଧା:-(ଶୁଭ ଖବର) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ଵାନ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଓ ସ୍ଥାନ ମାନଙ୍କରେ ଚାଲୁ ରହିଥିବା ମେଗା ପାଇପ ଜଳ ଯୋଗାଣ ସମନ୍ୱୟ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି l
ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ଇଂ ରଶ୍ମିତା ଦାସ, ଅଧିକ୍ଷଣ ଯନ୍ତ୍ରୀ, (ପୂର୍ତ୍ତ) ଇଂ ଶିବଲାଲ ସାହୁ ଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟ ମେଣ୍ଟ ନିର୍ବାହୀ ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ

ଜଳଯୋଗାଣ ମୌଳିକ ସେବା ପ୍ରକଳ୍ପ କାର୍ଯ୍ୟକୁ ଯୁଦ୍ଧ କାଳୀନ ଭିତିରେ ସାରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଜିଲ୍ଲା ପାଳ ଶ୍ରୀ ରାଣା ଚିଲିକା, ଟାଙ୍ଗୀ,ବାଣପୁର ରୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ଭୁବନେଶ୍ୱର ବ୍ଲକର ୯ଗୋଟି ପଂଚାୟତରେକ୍ଲିୟର ୱାଟର ରାଇଯିଂ ମେନ୍ ପାଇପଲାଇନ ,ଟାଙ୍ଗୀ ବ୍ଲକ ର ୧୭ଗୋଟି ଗ୍ରାମ ପଞ୍ଚାୟତ ରେ ବିଛା ଯାଇଥିବା କ୍ଲିୟର ୱାଟର ରାଇଜିଂ ମେନ୍ ପାଇପ ଲାଇନ, ଚିଲିକା, ଟାଙ୍ଗୀ, ବାଣପୁର ବ୍ଲକରେ ନିମେଇମାଲାରେ,ଲଖିପୁରସାସନରେESRନିର୍ମାଣ, ଭୁବନେଶ୍ୱର ବ୍ଲକର ୬ଗୋଟି ପଂଚାୟତରେ ପାନୀୟଜଳ ସେବା ନିମନ୍ତେ ବାଙ୍କୁଳ ଠାରେଏଲିଭେଟଡ ଷ୍ଟୋରେଜ ରିଜର୍ଭ ଭେୟର ନିର୍ମାଣ, ବୋଲଗଡ଼ ଓ ବେଗୁନିଆ ବ୍ଲକରେ ଜାତୀୟ ରାଜପଥ କଡ଼ରେ ପାଇପ ଲାଇନ୍ କାର୍ଯ୍ୟ, ସାନପଦର୍ , ଡାବର ଧୁଆ ପାଟଣା ଗ୍ରାମ ନିକଟରେ ରେଳ ଲାଇନ୍ ମଧ୍ୟ ଦେଇ ପାଇପଲାଇନ ଯିବା,ଟାଙ୍ଗୀ ବ୍ଲକରେ ର ୱାଟର ରାଇଯିଙ୍ଗ ମେନ୍/କ୍ଲୀୟର ୱାଟର ରାଇଜୀଙ୍ଗ ମେନ୍ , ବାଲିପାଟଣା ବ୍ଲକରେ ଦରଦନଲା ଓ ଝିନ୍ତି ନଳା ସେତୁ ରାସ୍ତା ମଧ୍ୟରେ ପାଇପ୍ ଲାଇନ୍ ଯିବା, ହରିପୁର କେନାଲ ସେତୁ ରାସ୍ତା ରେ ପାଇପ ଲାଇନ ଯିବା, ବେଗୁନିଆ ୱାଟର ଟ୍ରିଟ ମେଣ୍ଟ ପ୍ଲାଣ୍ଟ ପମ୍ପ ହାଉସ କୁ ୩୩କେଭି /୪୩୩କେଭି ବିଦ୍ୟୁତ୍ ଯୋଗାଣ,ଜଟଣୀ ୱାଟର ଟ୍ରିଟ ମେଣ୍ଟ ପ୍ଲାଣ୍ଟ ଏବଂ ଇଣ୍ଟେକ୍ ପମ୍ପ ହାଉସ,ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଗୁଡ଼ିକ ସମ୍ଵନ୍ଧରେ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ l

ସେହିପରି କାର୍ଯ୍ୟ କାରି ସଂସ୍ଥା ଏନ୍ ସି ସି କମ୍ପାନୀ,ଏଲ ଆଣ୍ଡ ଟି କମ୍ପାନୀ,ଯେ ଏମ ସି କ୍ଵିଲ ଯେ ଭି ଲିମିଟେଡ, କ୍ରିଷ୍ଣା ଇଉ ଏମ ଏସ ଏଲ ଜେ ଭି ଲିମିଟେଡ କମ୍ପାନୀ ମାନଙ୍କୁ ସର୍ବୋତ୍ତମ ମାନର କାର୍ଯ୍ୟ ଯୋଗାଇଦେବା ସହ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ତାଗିଦ୍ କରିଥିଲେ l ଏଥିସହ ବନଖଣ୍ଡ ଅଧିକାରୀ ଖୋର୍ଦ୍ଧା, ଚନ୍ଦକା, ଭୁବନେଶ୍ୱର ନଗରୀ ବନଖଣ୍ଡ ଅଧିକାରୀ, ଜାତୀୟ ରାଜ ମାର୍ଗ, ଭୁବନେଶ୍ୱର,ଡି ଆର ଏମ ଖୋର୍ଦ୍ଧା, ଖୋର୍ଦ୍ଧା ପୂର୍ତ୍ତ ବିଭାଗ, ୱାଟକୋ ଡିଭିଜନ ୧, ନିମାପଡ଼ା ଜଳସେଚନ ଡିଭିଜନ, ଡେଲ୍ଟା ଜଳସେଚନ ଖଣ୍ଡ, ନିମାପଡ଼ା, ଖୋର୍ଦ୍ଧା ବିଦ୍ୟୁତ୍ ଖଣ୍ଡ, ବାଲୁଗାଁ ବିଦ୍ୟୁତ୍ ଖଣ୍ଡ, ନିମାପଡ଼ା ବିଦ୍ୟୁତ୍ ଖଣ୍ଡ, ବିଦ୍ୟୁତ୍ ଖଣ୍ଡ ବି ସି ଡି ଡି ୨ ଆଦି ସମସ୍ତ ବିଭାଗର ବିଭିନ୍ନ କାର୍ଯ୍ୟ ଅଗ୍ରଗତି, ଜମି ସମସ୍ୟା,ଆଇନ ଶୃଙ୍ଖଳା ପରିସ୍ଥିତି,ମ୍ୟାପ ପ୍ରସ୍ତୁତି, ସାବିକ ରେକର୍ଡ ଓ ହାଲ ରେକର୍ଡ ଯାଞ୍ଚ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରି ବା ସହ ବି ଡି ଓ ଏବଂ ତହସିଲ ଦାର ସଂପୃକ୍ତ ଲାଇନ୍ ଡିପାର୍ଟ ମେଣ୍ଟ, କାର୍ଯ୍ୟକାରୀ ସଂସ୍ଥା ସମନ୍ୱୟ ରକ୍ଷା କରି କ୍ଷେତ୍ରରେ ଉପୁଜୁଥିବା ସମସ୍ତ ସମସ୍ୟାର ସମାଧାନ କରି ଆସନ୍ତା ବୁଧବାର ସୁଦ୍ଧା ଜିଲ୍ଲା ପ୍ରଶାସନକୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗ ମାନଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି l
Subha Khabar is now on Whatsapp
Join and get latest news update delivered to you via whatsapp
Join Now