ଥଇଥାନ ଦାବିରେ ଉପଜିଲ୍ଲାପାଳଙ୍କ କାଯ୍ୟାଳୟ ଆଗରେ ବସିଲେ ମହିଳା

ଖୋର୍ଦ୍ଧା, : ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ନାଲିପଡାଅର୍ଜୁନପୁର ପଂଚାୟତ ହଳଦିପଦା ମୌଜାରେ ବୃହତ ଶିଳ୍ପ ପ୍ରତିଷ୍ଠା ହେବ । ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ ଦେଇଥିଲେ ।  ହଳଦିପଦା ମୌଜାରେ ଦୀର୍ଘ ବର୍ଷ ଧରି କାଜୁ ଜଙ୍ଗଲ ରକ୍ଷଣବେକ୍ଷଣ ପାଇଁ ସରକାରଙ୍କ ଠାରୁ ଲିଜ ସୁତ୍ରରେ ପାଇ ପରିବାର ପୋଷଣ କରୁଛନ୍ତି । ଶିଳ୍ପ ପ୍ରତିଷ୍ଠା ପାଇଁ ଏମାନଙ୍କୁ ସେଠାରୁ ପ୍ରଶାସନ ପକ୍ଷରୁ ଉଚ୍ଚେଦ କରାଯାଇଛି । ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ ଦାବିରେ ଶୁକ୍ରବାର ଏକାଧିକ ମହିଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଖବରପାଇ ତହସିଲଦାର ବିଭାଷ ପାଣିଗ୍ରାହୀ ପହଁଚି ବୁଝାସୁଝା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
  ଶୁକ୍ରବାର ଅପରାହ୍ନରେ ସଂପୃକ୍ତ ଶିଳ୍ପ ସଂସ୍ଥା ପକ୍ଷରୁ କାଜୁ ଜଙ୍ଗଲ ସଫା କରାଯିବାକୁ ନେଇ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । ପରେ ମହିଳା ସେଠାରୁ ଆସି ପ୍ରଥମେ ତହସିଲ କାର୍ଯ୍ୟାଳୟକୁ ଆସିଥିଲେ । ତହସିଲଦାରଙ୍କୁ ନପାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା  ଦେଇଥିଲେ ।
ଏଠାରେ ବାସବାସ କରୁଥିବା ସମସ୍ତ  ପରିବାର ଗରିବ, ଦୀନ ମଜୁରିଆ ଶ୍ରେଣୀର ହୋଇଥିବାରୁ ଏଠାରୁ ଉଚ୍ଚେଦ କରାଗଲେ, କେଉଁଠି ରହିବେ, କିପରି ଚଳିବେ ବୋଲି ପ୍ରଶ୍ନ କରିଛନ୍ତି । ଏସୟୁସିଆଇ ଜିଲ୍ଲା ସମ୍ପାଦକ ଅଶୋକ କୁମାର ସାହୁଙ୍କ ନେତୃତ୍ୱରେ ଚିନ୍ମୟୀ ନାୟକ, ଅରୁଣ ନାୟକ, ପ୍ରଭାତି ଦେହୁରୀ, ସୁମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *