ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଖୋର୍ଦ୍ଧା , (୦୨/୧୦):- ବେଗୁନିଆ ର ସିମୋର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗାନ୍ଧୀ ପାର୍କ ଠାରେ ବିଜୁ ଜନତା ଦଳ, ବେଗୁନିଆ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ  ମୁଖ୍ୟ ଅତିଥି ଭାବେ  ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ  ଯୋଗଦେଇ ମହାତ୍ମା ଗାନ୍ଧୀ ପାର୍କ ରେ ଥିବା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ସାମୁହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ  ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପରେ ପରେ ସିମୋର ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣ ରେ ଅବସ୍ଥାପିତ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।



ଏହି କାର୍ଯ୍ୟକ୍ରମ ରେ ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ବିଧାୟକ ଙ୍କ ପ୍ରତିନିଧି ଯୁବ ନେତା ପ୍ରଶାନ୍ତ ବେହେରା, ସୀମୋର ସରପଞ୍ଚ ହାଡିବନ୍ଧୁ ମହାପାତ୍ର ଙ୍କ ସମେତ ଶୀମୋର ଓ ଆଖ ପାଖ ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳ ର ଛାମୁଆ କର୍ମୀ ପ୍ରମୁଖ ଯୋଗଦେଇ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କୁ ତାଙ୍କର ଜନ୍ମ ଦିନ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । l



ଏହି ଅବସରରେ ଆସନ୍ତା ଅକ୍ଟୋବର ୯ରୁ ଆରମ୍ଭ ହେବାକୁ ଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *