ଖୋର୍ଦ୍ଧା :-ବାଲୁଗାଁ ଥାନା ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ବିଜୟ ସୁବୁଦ୍ଧିଙ୍କ ପୁଅ ସୁଶୀଲ ସୁବୁଦ୍ଧିଙ୍କୁ କେହି ଦୁର୍ବୁତ୍ତ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଛି। ସୁଶୀଲଙ୍କ ଘନିଷ୍ଠ ବ୍ୟବସାୟୀ ସହଯୋଗୀଙ୍କ ସୂଚନା ଅନୁସାରେ ଗତକାଲି ରାତି ପାଖାପାଖି ସାଢେ ଏଗାରଟା ବେଳେ ସୁଶୀଲ ବାଲୁଗାଁ ଆଇଡିବିଆଇ ବ୍ୟାଙ୍କ ତଳେ ଥିବା ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଏକ ସ୍କୁଟି ଡ଼ିକିରେ ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ପାଟଣା ସାହି ସ୍କୁଲ ନିକଟରେ ଏକ କାରରେ କିଛି ଦୁର୍ବୁତ୍ତ ଆସି ସୁଶୀଲଙ୍କୁ ଅପହରଣ କରି ନେଇଯାଇଥିଲେ ଏବଂ ସ୍କୁଟି ମଧ୍ୟ ନେଇଯାଇଥିଲେ।ଘଟଣାସ୍ଥଳରେ ସୁଶୀଲଙ୍କ ଚପଲ ପଡିଥିବା ବେଳେ ବର୍ତ୍ତମାନ ତାଙ୍କ ପରିବାରବର୍ଗ ବାଲୁଗାଁ ଥାନାରେ ଏତଲା ଦେବା ପ୍ରକ୍ରିୟା ଜାରି ରଖିଛନ୍ତି।

ତେବେ ଏ ନେଇ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ତାଙ୍କ ପରିବାରବର୍ଗ ପୋଲିସକୁ ମୌଖିକ ଭାବେ ସୁଶୀଲ ନିଖୋଜ ଥିବା ଆଜି ସକାଳେ ଜଣାଇଥିବା ବେଳେ ପୋଲିସ ଏ ନେଇ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now