ଦୁର୍ଗାପୂଜା ପାଇଁ ସରକାରୀ କର୍ମଚାରୀଙ୍କୁ ୨୬ ରେ  ମିଳିବ ଦରମା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(୨୪/୦୯):-ଶାରଦୀୟ ଦୁର୍ଗାପୂଜା ପାଇଁ  ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।


ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳୁଥିବା ବେଳେ, ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ। ଦଶହରା ପରି ପାର୍ବଣ ୠତୁରେ ବିଭିନ୍ନ ସାମଗ୍ରୀ କିଣାକିଣି ହୋଇଥାଏ ଏବଂ ଏବର୍ଷ ସାରା ଦେଶରେ GST 2.0 ସଂସ୍କାର ପରେ ସାରା ଦେଶରେ ବଚତ୍ ଉତ୍ସବ ମଧ୍ୟ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ମାସର ଦରମା  ୨୬ ତାରିଖ ସୁଦ୍ଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *