ଖୋର୍ଦ୍ଧା,(୧୧ା୯): ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ର ହାଟବସ୍ତରେ ହୋଇଛି ଗୁଳିମାଡ଼ । ଗୁଳିମାଡ଼ରେ ୨ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଦୁଇ ଯୁବକ ଦ୍ବୟ ହେଲେ ବଡ଼କୁମାରୀ ଗାଁର ମାନସ ଜେନା ଓ ଟୁଲୁ ପରିଡ଼ା। ଉଭୟଙ୍କୁ ଗୁଳିମାଡ଼ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ ମଧ୍ୟ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଜସୁନାଖଳା ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବୋଲଗଡ଼ ଓ ପୋଲିସ ଛାନଭିନ ଚଳାଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଦୁଇଜଣଙ୍କୁ ଅଟକ ରଖିଛି।

ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ୬ରୁ ୮ ଯୁବକ ବଡ଼କୁମ୍ଭାରୀ ଗାଁକୁ ୩ଟି ବାଇକ୍ରେ ଆସି ଫିଲ୍ମଷ୍ଟାଇଲ୍ରେ ୨ ଯୁବକଙ୍କୁ ଅପହରଣ କରି ନେଇଥିଲେ। ତା’ପରେ ବୋଲଗଡ଼ ଓ ଭାପୁର ପୋଲିସ ମିଳିତ ଚଢ଼ାଉ କରିବା ସମୟରେ ଭାପୁର ଥାନା ଅନ୍ତର୍ଗତ ବାଲିଆପଡ଼ା ନିକଟରେ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇଥିଲେ। ପୋଲିସ ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇଜଣଙ୍କୁ ସୁନାଖଳା ମେଡିକାଲ ଭର୍ତ୍ତି କରିଥିଲା। ଏ ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ଓ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now