ଖୋର୍ଦ୍ଧା ,(୦୮/୦୯):- ଅନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୫ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଖୋରଧା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ରେ ମହା ସମାରୋହ ରେ ପାଳିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସରୋଜ କୁମାର ସିଂହ ପରିଚୟ ପ୍ରଦାନ ସହିତ ଦିବସ ର ତାତ୍ପର୍ଯ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ ।ଶିକ୍ଷକ ମହେଶ କୁମାର ସାହୁ ଓ ତୋଫାନ କୁମାର ରାଉତରୟ ଚଳିତ ବର୍ଷ ର ଥିମ୍ ” ଡିଜିଟାଲ ଯୁଗରେ ସାକ୍ଷରତା କୁ ପ୍ରୋତ୍ସାହିତ କରିବା” ଉପରେ ବକ୍ତବ୍ୟ ରଖିଥିଲେ ।ଡିଜିଟାଲ ମାଧ୍ୟମରେ ପଢି ଶିକ୍ଷିତ ହେଲେ ସ୍ଥାୟୀ ବିକାଶ ର ଲକ୍ଷ୍ୟ ପୁରଣ ହେବ ସହ ଶାନ୍ତିପୂର୍ଣ୍ଣ ନ୍ୟାୟ ଓ ସ୍ଥାୟୀ ସମାଜ ଗଠନ ହେବ ବୋଲି ଆଲୋକପାତ କରିଥିଲେ ।

ଅନ୍ୟତମ ଅତିଥି ବରିଷ୍ଠ ଆଇନଜୀବି ବିକ୍ରମ କେଶରୀ ଚଂପତି କହିଥିଲେ ଯେ ଶିକ୍ଷା କେବଳ ଜଣେ ବ୍ୟକ୍ତି ର ମୌଳିକ ଅଧିକାର ନୁହେଁ ବରଂ ସମାଜ ରୁ ଦାରିଦ୍ର୍ୟତା ଓ ଅସମାନତା ଦୂର କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ବକ୍ତବ୍ୟ ରେ ଆଲୋକପାତ କରିଥିଲେ।ଜିଲ୍ଲା ସାକ୍ଷରତା ସମିତି ଦ୍ଵାରା ନିବନ୍ଧିତ ପୂର୍ବତନ ବ୍ଲକ ସଂଯୋଜକ ଗୁଣନିଧି ମହାପାତ୍ର ସମାଜ ରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିନ କୁ ସାକ୍ଷରତା ଦିବସ ରୂପେ ପାଳନ କରାଯାଉଛି । ସମସ୍ତେ ଏକ ମନରେ କ।ମକଲେ ଜିଲ୍ଲାରେ ସମସ୍ତେ ସ।କ୍ଷର ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

ଖୋର୍ଦ୍ଧା ଜିଲ୍ଲା ଓସ୍ତା ର ସାଧାରଣ ସମ୍ପାଦକ ସୁଧାକର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୧୦ ଗୋଟି ବ୍ଲକ୍ ର ସିଆରସିସି, ଏବିଇଓ ବୃନ୍ଦ, ଡି ଆଇ ଇ ଟି ର ଶିକ୍ଷକ ବୃନ୍ଦ, ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now