ଗୋହତ୍ୟା ନିରୋଧ ଆଇନ କୁ ସରକାର କଡାକଡି କାର୍ଯ୍ୟକାରୀ କରନ୍ତୁ।
ଗୋଚାଲାଣ, ହତ୍ୟାକାରୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ
ଖୋର୍ଦ୍ଧା :- ଖୋର୍ଦ୍ଧା ଜିଲ୍ଲା ରେ ଗୋଚାଲାଣ ଓ ଗୋମାଂସ ରପ୍ତାନି ମାତ୍ରାଧିକ ଭାବେ ବଢିଚାଲିଛି। ଦୈନିକ ଆନ୍ଧ୍ର, ମହାରାଷ୍ଟ୍ର ପଟୁ କଲିକତା, ବାଙ୍ଗଲାଦେଶ କୁ ଶହ ଶହ ଟ୍ରକ ରେ ଗୋଚାଲାଣ ହେଉଛି। ପ୍ରତ୍ୟେକ ଦିନ ହେଉଛି ଗୋ ଚାଲାଣ ..ଭିନ୍ନ ଭିନ୍ନ ଉପାୟ ..ଭିନ୍ନ ଭିନ୍ନ ଗାଡ଼ି ଓ ଭିନ୍ନ ଭିନ୍ନ ରାସ୍ତାରେ ହେଉଛି ଗୋ ଚାଲାଣ ।

ଖୋର୍ଦ୍ଧା ରେ ବଜରଙ୍ଗ ଦଳ କର୍ମୀ ମାନଙ୍କ ଦ୍ଵାରା ଟାଙ୍ଗି ଚଣ୍ଡେଶ୍ୱର ଠାରେ ଷୋମବାର ଦିନ ଗୋ ମାଂସ ବୋଝେଇ କଣ୍ଟେନର, ମଙ୍ଗଳବାର ପି ଏନ୍ କଲେଜ ପାଖରେ ଅଶୋକ ଲେଲାଣ୍ଡ ଟ୍ରକ୍ ରେ ଗୋରୁ ଅମାନୁଷିକ ଭାବେ ବାନ୍ଧି ଲୋଡ କରିଥିବାବେଳେ ଗାଡ଼ି ଖାଲି କଲାବେଳକୁ ସେଥିରୁ ୮ଗୋରୁ ମୃତ୍ୟୁବରଣ କରିଛନ୍ତି ।

ବୁଧବାର ରାତ୍ରି ରେ କେରଙ୍ଗ ଠାରୁ ଏକ ପିକ ଅପ୍ ଭ୍ୟାନ ରେ ଗୋ ଚାଲାଣ ହେଉଥିବା ବେଳେ ନିଆଳ ଠାରେ ଧରି ପୋଲିସ ଜିମା ଦେଇଛନ୍ତି ବଜରଙ୍ଗ ଦଳ କର୍ମୀ ।ପ୍ରଶାସନ ର ଶିଥିଳତା କୁ ଲକ୍ଷ୍ୟ କରି ରାସ୍ତା ରେ ସୋଇଥିବା ଜୀବନ୍ତ ଗୋରୁ ଓ ଦୁର୍ଘଟଣା ରେ ମୃତ୍ୟୁ ହେଉଥିବା ଗୋରୁଙ୍କୁ ଉଠାଇ ନେଉଛନ୍ତି ଗୋ ମାଫିଆ ।

ଗତ ଜାନୁଆରୀ ଠାରୁ ଆଜି ସୁଦ୍ଧା ପ୍ରାୟ ୨ଶହ ଟନରୁ ଉର୍ଦ୍ଧ୍ବ ଗୋମାଂସ ଏବଂ ୫ଶହ ରୁ ଉର୍ଦ୍ଧ୍ବ ଗୋରୁଗାଈ ଜବତ କରାଯାଇଥିବା ବେଳେ ଶହେ ଗୋରୁଗାଈ ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଦେଇ ଦୈନିକ ଅତି ଦୟନୀୟ ଅବସ୍ଥାରେ କଣ୍ଟେନର ରେ ଗୋମାଂସ ଓ ଗୋଚାଲାଣ କରାଯାଉଛି।

ଯାହାକି ହିନ୍ଦୁ ସଂସ୍କୃତି ପ୍ରତି କୁଠାରଘାତ । ଗୋବଂଶ ସମାଜ ର ଏକ ପ୍ରମୁଖ ଆଧାର। ହିନ୍ଦୁ ସଂସ୍କୃତି ର ପ୍ରତୀକ। ୩୩କୋଟି ଦେବତା ଗୋମାତା ଶରୀରରେ ନିବାସ କରୁଛନ୍ତି। ଗୋବଂଶ ଗୋବର, ଗୋମୂତ୍ର ଜୈବିକ କୃଷି ଓ ପଞ୍ଚଗବ୍ୟ ଔଷଧ, ମନୁଷ୍ୟ ସମାଜ ପାଇଁ ମହୋଷଧୂ ଅଟେ । ତେବେ ଭାରତୀୟ ଦେଶୀ ଗୋବଂଶ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଗ୍ରାମାଞ୍ଚଳ ରୁ ଗୋବଂଶ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗୋମାଂସ ଚାଲାଣ ପାଇଁ ଦୈନିକ ଗୋରୁଗାଈ ଙ୍କୁ ଅତି ନୃଶଂସ ଭାବେ କଟା ଚାଲିଛି। ଖୋର୍ଦ୍ଧା ଜିଲ୍ଲା ର ଚିଲିକା, ବାଣପୁର ଠାରୁ ଆରମ୍ଭ କରି ଜଟଣୀ, ଏପଟେ ବେଗୁନିଆ ବୋଲଗଡ ସବୁଠି ଗ୍ରାମାଞ୍ଚଳ ରେ ଆଉ ଗୋରୁଗାଈ ନାହାନ୍ତି। କୁଚକ୍ରୀ ଗୋଷ୍ଠି ଗ୍ରାମାଞ୍ଚଳ ରୁ ବିଧର୍ମୀ ମାନଙ୍କୁ ବିକ୍ରି କରୁଛନ୍ତି । ଏମାନେ ଗୋରୁଗାଈ ଙ୍କୁ ଅତି ନୃଶଂସ ଭାବେ କାଟି ବାହାର ରାଜ୍ୟ କୁ ଚାଲାଣ କରୁଛନ୍ତି । କୋଟି କୋଟି ହିନ୍ଦୁ ଙ୍କ ଆରାଧ୍ୟା ଗୋମାତା ମାନଙ୍କୁ ଯେଉଁଭଳି ଭାବେ ଆଳୁ ବସ୍ତା ପୁରାଇ ଚାଲାଣ କରାଯାଉଛି, ଏହା ଅତ୍ୟନ୍ତ ନିନ୍ଦନୀୟ, ଏହା ସଂସ୍କୃତି ପ୍ରତି ଏକ ଭୟଙ୍କର ଆଘାତ ଦେଉଛି । ଭାରତୀୟ ଜନତା ପାର୍ଟି ସରକାର କୁ ଆସିବା ପରେ ଓଡିଶାରେ ଗୋଚାଲାଣ, ଗୋହତ୍ୟା ସମ୍ପର୍ଣ୍ଣ ନିଷେଧ କରାଯିବ ବୋଲି ଘୋଷଣା କରିଥିଲେ। ସରକାର ଗଠନ ହେବାର ଇତି ମଧ୍ୟରେ ୧୪ ମାସ ବିତିଲାଣି ସରକାର ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଫଳରେ ଗୋଚାଲାଣ, ଗୋହତ୍ୟା ବଢି ଚାଲିଛି। ଯେଉଁ ଭଳି ଭାବେ ଗୋହତ୍ୟା କରାଯାଉଛି, ଧାର୍ମିକ ଭାବନା ପ୍ରତି କୁଠାରାଘାତ କରୁଛି।
ଖୋର୍ଦ୍ଧା ଜିଲ୍ଲା ରେ ସମ୍ପର୍ଣ୍ଣ ଗୋହତ୍ୟା ବନ୍ଦ କରାଯାଉ।
ଗୋହତ୍ୟା ନିରୋଧ ଆଇନ କୁ ସରକାର କଡାକଡି କାର୍ଯ୍ୟକାରୀ କରନ୍ତୁ।
ଗୋଚାଲାଣ, ହତ୍ୟାକାରୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ।
ପ୍ରତ୍ୟେକ ପଞ୍ଚାୟତ ଓ ସହରାଞ୍ଚଳ ରେ ଗୋଶାଳା, କାଞ୍ଜିଆହୁଦା କରାଯାଉ।
ଛୋଟ ଛୋଟ ଗୋଶାଳା ଗୁଡିକୁ ସରକାରୀ ସହାୟତା, ୨୪ ଘଣ୍ଟିଆ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ ।
ଗୋଶାଳା ଏବଂ ରାସ୍ତାକଡ ଗୋରୁଗାଈ ଙ୍କ ସେବା କରୁଥିବା ଅନୁଷ୍ଠାନ କର୍ମୀ ମାନଙ୍କୁ ସରକାର ଚିକିତ୍ସା ପ୍ରଶିକ୍ଷଣ ଶିବିର ବ୍ୟବସ୍ଥା କରନ୍ତୁ।
ବଜରଙ୍ଗ ଦଳ ର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଉଦିତ୍ୟ ନାରାୟଣ ପ୍ରହରାଜ, ସହ ସଂଯୋଜକ ଏସ ଏମ ଦିବ୍ୟ ପ୍ରକାଶ, ଗୋ ସେବକ ରାଧାମୋହନ ପ୍ରଧାନ ପ୍ରମୁଖଙ୍କ ସହ ବହୁ କର୍ମୀ ଏକାଠି ହୋଇ ଉପରୋକ୍ତ ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଦେଖିବାକୁ ମିଳୁଛି ବଜରଙ୍ଗ ଦଳ କର୍ମୀ ମାନେ ଗୋରୁ ଗାଡ଼ି ଗୁଡ଼ିକୁ ଜବତ କରିଥିବା ବେଳେ କାହିଁକି ପୋଲିସ ଧରି ପାରୁନାହିଁ ଏହାକୁ ନେଇ ଜନ ସାଧାରଣ ରେ ସନ୍ଦେହ ଦେଖା ଦେଇଛି ଏ ଦିଗରେ ଜିଲ୍ଲାପାଳ ହସ୍ତକ୍ଷେପ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now