ବଲାଙ୍ଗିରରେ କୁକୁର କାମୁଡ଼ାରେ ୩ ମୃତ୍ୟୁରେ ପ୍ରଶାସନର ନିରବତାକୁ ବିଜେଡିର ସମାଲୋଚନା

ମୃତକଙ୍କ ପରିବାରବର୍ଗଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର

ଭୁବନେଶ୍ବର, : – ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଚିଞ୍ଚେଡ଼ ଗ୍ରାମର ୩ ଜଣ ଲୋକଙ୍କୁ ବୁଲା କୁକୁର କାମୁଡ଼ି ଜୀବନରୁ ମାରିଦେଇଥିଲା ବେଳେ, ଗୁରୁତର ଆହତ ହୋଇଥିବା ୬ ଜଣଙ୍କୁ  ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଛି । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ଯ କୁକୁର କାମୁଡ଼ାର ଶିକାର ହୋଇଥିବା ବେଳେ, ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ।



ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପିଏସି ସଦସ୍ୟା ଟୁକୁନି ସାହୁ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଜିଲ୍ଲା ପ୍ରଶାସନର ନିରବବତାକୁ ତୀବ୍ର ସମାଲୋଚନା କରିଛନ୍ତି । ସରକାର ମୃତକଙ୍କ ପରିବାରବର୍ଗଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ସହ ଆହତ ବ୍ୟକ୍ତି ମାନଙ୍କର ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ ବୋଲି ଶ୍ରୀମତୀ ସାହୁ ଦାବି କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *