ଖୋର୍ଦ୍ଧା :- ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ଵାନ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଓସ୍ଵାସ ମାଧ୍ୟମରେ ନଥିପତ୍ର କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି l

ଉକ୍ତ ବୈଠକରେ ଓକାକ୍ ପ୍ରଯୁକ୍ତି ବିଦ୍ୟା ପରାମର୍ଶ ଦାତା ସତ୍ୟ ରଞ୍ଜନ ସାହୁ ଯୋଗଦେଇ ଅନ ଲାଇନ୍ ମାଧ୍ୟମରେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟର କେତେ ନଥିପତ୍ର କାର୍ଯ୍ୟ ଓସ୍ୱାସ୍ ମାଧ୍ୟମରେ ହୋଇଅଛି ତାହା ଯାଞ୍ଚ କରିଥିଲେ l ରାଜ୍ୟ ସରକାର ତଥା ମୁଖ୍ୟ ଶାସନ ସଚିବ ଓସ୍ଵାସ୍ ମାଧ୍ୟମରେ ନଥିପତ୍ର କାର୍ଯ୍ୟ ପଦ୍ଧତିକୁ ଗୁରୁତ୍ଵ ଦେଇ ଆସୁଥିବାରୁ ଖୋର୍ଦ୍ଧା ଜିଲ୍ଲାରେ ଏହି ପଦ୍ଧତି ଶତ ପ୍ରତିଶତ ସଫଳତା ପାଇଁ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, (ପ୍ରଶାସନ)ପ୍ରତାପ ଚନ୍ଦ୍ର ବେଉରା ଗୁରୁତ୍ୱାରୋପ ପୂର୍ବକ ଚଳିତ ଅଗଷ୍ଟ ମାସରେ ଓସ୍ବାସ ସଂଯୋଗ ଥିବା ଯେଉଁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ, ପୌର ପରିଷଦ/ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ,ଲାଇନ୍ ଡିପାର୍ଟମେଣ୍ଟ କାର୍ଯ୍ୟାଳୟ, ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟ,ସି ଡି ପି ଓ ଆଦି କାର୍ଯ୍ୟାଳୟ ଓସ୍ବାସ ରେ କାର୍ଯ୍ୟ କରି ନଥିବେ ସେମାନଙ୍କ କାର୍ଯ୍ୟାଳୟର ଅଧିକାରୀ ସମେତ ସଂପୃକ୍ତ କର୍ମଚାରୀଙ୍କ ଅଗଷ୍ଟ ମାସ ଦରମା ବନ୍ଦ କରାଯିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଏ ଡି ଏମ୍ ଶ୍ରୀ ବେଉରା ଓସ୍ୱାସ ନୋଡାଲ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ସି ଡି ଏମ ଆଣ୍ଡ ପି ଏଚ ଓ କାର୍ଯ୍ୟାଳୟ,ସି ଡି ଭି ଓ କାର୍ଯ୍ୟାଳୟ,ସି ଡି ଏ ଓ କାର୍ଯ୍ୟାଳୟ,ଏବଂ ଡି ପି ସି, ସମଗ୍ର ଶିକ୍ଷା କାର୍ଯ୍ୟାଳୟ କୁ ୭ ଦିନ ମଧ୍ୟରେ ଓସ୍ବାସ୍ ରେ ଶତ ପ୍ରତିଶତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଏହି ଓସ୍ୱାସ ଅନ ଲାଇନ ପଦ୍ଧତିରେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଆଭ୍ୟନ୍ତରୀଣ ଭାବେ ଓସ୍ୱାସ ପଦ୍ଧତି ବ୍ୟବହାର ସହ ଜିଲ୍ଲାପ୍ରଶାସନ ଅର୍ଥାତ୍ ବହିର୍ବିଭାଗ ସହ ଓସ୍ୱାସ ପଦ୍ଧତି ବ୍ୟବହାର କରିବା କୁ ପ୍ରଯୁକ୍ତି ବିଦ୍ୟା ଉପଦେଷ୍ଟା ନିର୍ଦ୍ଦେଶ ଦେଇଛନ୍ତି l ପ୍ରତ୍ୟେକ କାର୍ଯ୍ୟାଳୟ କୁ ଓସ୍ୱାସ ସମ୍ବନ୍ଧୀୟ ସହାୟତା ପ୍ରଦାନ କରିବା ପାଇଁ ଓସ୍ୱାନ ଡି ଇ ଜି ଏମ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ଆଇ ଟି ପରାମର୍ଶ ଦାତା ଶ୍ରୀ ସାହୁ ଜିଲ୍ଲାର ,ବ୍ଲକ୍ ତହସିଲ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଓସ୍ୱାସ ପଦ୍ଧତି କୁ ଗୁରୁତର ସହ ବିଚାରକରି କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ସେନାପତି, ନିର୍ବାହୀ ଅଧିକାରୀ, ପୌର ପରିଷଦ, ଖୋର୍ଦ୍ଧା, ରିଜ୍ୱାନ କକ୍ୱାବ, ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ଵରୀ କଅଁର , ଆଞ୍ଚଳିକ ପରିବହନ ଅଧିକାରୀ ଅମରେନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା , ଜିଲ୍ଲା ଇ . ଗଭର୍ନାନ୍ସ ମ୍ୟାନେଜର ମାନସ ମୋହନ ବ୍ରହ୍ମା ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଓକାକ୍ କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now