ଖୋର୍ଦ୍ଧା :- ଆଜି ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ପରିସରରେ କାରଗିଲ ବିଜୟ ଦିବସ ଉପଲକ୍ଷେ ଏକ ଗର୍ବପୂର୍ଣ୍ଣ ଓ ସ୍ମୃତିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦିନରେ ଭାରତୀୟ ସେନାର ବୀରତା ଓ ବଳିଦାନକୁ ସ୍ମରଣ କରାଯାଇଥାଏ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଭୁ ପ୍ରସାଦ ସେନାପତି କାରଗିଲ ଯୁଦ୍ଧରେ ବଳିଦାନ କରିଥିବା ସେନା ଯବାନ ମାନଙ୍କୁ ସ୍ମରଣ କରିବା ତଥା ନିଜ ମନ ଭିତରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ତାଙ୍କ ବକ୍ତବ୍ୟରେ ମତପୋଷଣ କରିଥିଲେ।ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ସେମାନଙ୍କର ଅଭିଭାଷଣରେ ପିଲାମାନଙ୍କ ମଧ୍ୟରେ ଦେଶପ୍ରେମ ବୃଦ୍ଧି ପାଇଁ ମତ ରଖୁଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଏନସିସି, ସ୍କାଉଟ୍ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ବିଦ୍ୟାଳୟର ଶିକ୍ଷକ ଚନ୍ଦ୍ରକାନ୍ତ ଦାସ, ଶ୍ରୀରାମ ଭୂୟାଁ, ଚିନ୍ମୟ ମାର୍ଥା, ଜଗନ୍ନାଥ ରାଉତ ତଥା ଶିକ୍ଷୟତ୍ରୀ ନିବେଦିତା ଛୁଆଲସିଂହ, ପୁଷ୍ପଲତା ପାତ୍ର, ଅନୁପମା ସାହୁ, ରୋଜାଲିନ ରାଉତରାୟ, ବିଷ୍ଣୁପ୍ରିୟା ସାହୁ, ଜ୍ୟୋତିର୍ମୟୀ ପଣ୍ଡା, ଇଫତ ଜାହାନ, ସୀମାରାଣୀ ବେହେରା, ସ୍ନିଗ୍ଧାମୟୀ ଦାସ, ପ୍ରିୟଦର୍ଶିନୀ ସାହୁ, ସୌଦାମିନୀ ବାରିକ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷା କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now