ନୂଆଦିଲ୍ଲୀ :- ସହରାଞ୍ଚଳ ସ୍ୱଚ୍ଛତା ପ୍ରତି ଓଡ଼ିଶାର ପ୍ରତିବଦ୍ଧତା ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କରିଛନ୍ତି। ଭୁବନେଶ୍ୱର ବିଏମସିକୁ ଓଡ଼ିଶାର ପ୍ରତିଶ୍ରୁତିବଦ୍ଧ ସ୍ୱଚ୍ଛ ସହର ଭାବରେ ସ୍ୱୀକୃତି ଦିଆଯାଇଛି।୫୦ ହଜାରରୁ ୨୦ ହଜାର ଜନସଂଖ୍ୟା ବର୍ଗରେ ଆସ୍କା ବିଜ୍ଞାପିତ ଅଂଚଳ ପରିଷଦ ସ୍ଵଛ ସହର ପୁରସ୍କାର ପାଇଥିବା ବେଳେ ଚିକିଟି ବିଜ୍ଞାପିତ ଅଂଚଳ ପରିଷଦ ୨୦ ହଜାରରୁ କମ ଜନସଂଖ୍ୟା ବର୍ଗରେ ସ୍ଵଛ ସହର ପୁରସ୍କାର ପାଇଛି।

ଅନୁଷ୍ଠିତ ଉତ୍ସବରେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now