ଜୁଲାଇ ୨୬ରେ କୋରାପୁଟ ଠାରେ ଦକ୍ଷିଣ ପଞ୍ଚିମାଞ୍ଚଳ ଡିଆଇଜିଙ୍କ ଅଫିସ ଆଗରେ ବିଜେଡିର ବିକ୍ଷୋଭ

ଅବିଭକ୍ତ କୋରାଫୁଟ ଜିଲ୍ଲାରେ ନାରୀ ନିର୍ଯ୍ୟାତନା ତାଲିକା ଲମ୍ବା

ଡବଲ ଇଂଜିନ ସରକାରରେ ଡବଲ ଦୁଷ୍କର୍ମ

ଆଉ ଜଣେ ପୀଡିତା ମୁର୍ମୁଷୁ ଅବସ୍ଥାରେ ଏମ୍ସରେ ଭର୍ଭି

ଭୁବନେଶ୍ବର, ୨୪/୦୭: -ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିକଟରେ ଘଟିଯାଇଥିବା ଦୁଇ ଦୁଇଟି ଦୁଷ୍କର୍ମ ଘଟଣା ସହିତ ରାଜ୍ୟରେ ଅହେତୁକ ଭାବେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବା କାରଣରୁ, ବିଜୁ ଜନତା ଦଳ ଜୁଲାଇ ୨୬ ତାରିଖ ଦିନ ସେଠାକାର ଡିଆଇଜି ଅଫିସ ସମ୍ମୁଖରେ ଏକ ବିକ୍ଷୋଭକରିବ। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ପ୍ରଦୀପ ମାଝୀ କହିଥିଲେ, ସୁଶାସନ ଓ ବିକଶିତ ଓଡ଼ିଶାର ଡିଣ୍ଡିମ ପିଟୁଥିବା ରାଜ୍ୟ ବିଜେପି ସରକାର, ରାଜ୍ୟରେ ନାରୀ ମାନଙ୍କୁ ସୁରକ୍ଷା ପ୍ରଦାନରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ।

ସେ କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ନାରୀ ନିର୍ଯ୍ୟାତନା ଅହେତୁକ ବୃଦ୍ଧି ପାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲା ମଧ୍ୟ ଏଥୁରୁ ବାଦ ପଡ଼ିନାହିଁ। ମାଲକାନଗିରି ଜିଲ୍ଲାରେ ପୁଣି ଥରେ ଛାତି ଥରେଇ ଦେଲା ଭଳି ଖବର ଆସିଛି ପନ୍ଦର ବର୍ଷର ଜଣେ ଅନୁସୂଚିତ ଜାତିର ନାବାଳିକାକୁ କିଛି ଘଣ୍ଟାର ବ୍ୟବଧାନରେ ଦୁଇ ଦୁଇ ଥର ଦୁଷ୍କର୍ମର ଶିକାର ହୋଇଛି। ପ୍ରଥମେ ତାକୁ ଉଠାଇ ନେଇ ତିନି ଜଣ ଦୁର୍ବୁର୍ଭ ଗଣଦୁଷ୍କର୍ମ କରୁଛନ୍ତି। ଯେତେବେଳେ, ନାବାଳିକା ସେଇ ଯୌନ ପିଶାଚ ମାନଙ୍କ ଠାରୁ ମୁକ୍ତି ପାଇ ନିଜ ଘରକୁ ଫେରୁଛି, ଅଧା ରାସ୍ତାରେ, ଆଉ ଜଣେ
ଡ୍ରାଇଭର ତାକୁ ଉଠାଇ ନେଇ ଦୁଷ୍କର୍ମ କରିଛି ଏହି ସରକାରଙ୍କ ସମୟରେ, ଡବଲ ଇଂଜିନ ସରକାରରେ ଡବଲ ଦୁଷ୍କର୍ମ ଭଳି ଏକ ଅଭାବନୀୟ କାଣ୍ଡ ଘଟୁଛି।

ସେହିପରି, ନବରଙ୍ଗପୁର ଜିଲ୍ଲାର ରାୟଘର ବ୍ଲକର ଜଣେ ନସିଂ ଛାତ୍ରୀ ମୁର୍ମୁଷୁ ଅବସ୍ଥାରେ ଆଜି ଭୋର ସମୟରେ ଏମ୍ସ ଭୁବନେଶ୍ବରରେ ଭର୍ତି ହୋଇଛନ୍ତି । ଛାତ୍ରୀ ଜଣଙ୍କୁ ଜୟପୁର ସହରର ବିଚ ବଜାର ଉପରେ ଜଣେ ଦୁର୍ବୁର୍ଗ ଦ୍ବାରା ଆକ୍ରମଣର ଶିକାର ହୋଇଥିଲା । ଏହି ଘଟଣା ଥାନାରେ ଏଫଆଇଆର ଦେବା ପରେ ଥାନା ଅଧିକାରୀଙ୍କ ଦ୍ବାରା ଅଭିଯୁକ୍ତକୁ ଥାନାକୁ ଅଣାଯାଇ କିଛି ପଚରା ଉଚରା ପରେ ଛାଡି ଦିଆ ଯାଇଥିଲା I ଏହା ପରେ ଦୁର୍ବୁର୍ଗ ଜଣକ ପୀଡିତା ଛାତ୍ରୀଙ୍କ ଗାଁରେ ପହଞ୍ଚି ତା ସହିତ କୁକର୍ମ କରିବା ସହିତ ତାର ଭିଡିଓ ଭାଇରାଲ କରି ତାକୁ ନିର୍ଯ୍ୟାତନା ଦେଇଛି। ଏହା ପରେ, ପୀଡିତାଙ୍କ ଦାଦା ଥାନାରେ ଆଉ ଏକ ଏଫଆଇଆର ଦେଇଛି ଡବଲ ଇଂଜିନ ସରକାରଙ୍କ ଅମଳରେ ଡବଲ ଏଫଆଇଆର ଦେବାକୁ ପଡୁଛି, କିନ୍ତୁ ନ୍ୟାୟ ମିଳୁନାହିଁ। ପୀଡିତା ଛାତ୍ରୀ ଜଣକ ନ୍ୟାୟ ନପାଇବାରୁ ହତାଶ ହୋଇ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ପୀଡ଼ିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ଏଇଭଳି ଘଟଣାମାନ ଯୋଗୁ, ଆଜି ଓଡ଼ିଶାର ନାଁ ଭୃଲୁଣ୍ଠିତ ହୋଇଛି ମାଟିରେ ମିଶିଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦୁଇ ଦିନ ତଳେ ଏଫଏମ କଲେଜ ଛାତ୍ରୀ ଆତ୍ମହୁତି ଘଟଣା ଓ ବଳଙ୍ଗା ନାବାଳିକାଙ୍କୁ ଜିଅନ୍ତା ଜାଳିଦେବା ପାଇଁ ଉଦ୍ୟମ ଘଟଣାରେ ପ୍ରତିକ୍ରିୟା ଦେଇ ଏହା ଲଜ୍ୟା ବୋଲି କହିବା ସହିତ ଏଥିପାଇଁ ବ୍ୟବସ୍ଥାଗତ ବିଫଳତା ଦାୟୀ ବୋଲି କହିଛନ୍ତି।

ତେଣୁ, ରାଜ୍ୟରେ ନାରୀ ମାନେ ସୁରକ୍ଷିତ ନହେବା ପର୍ଯ୍ୟନ୍ତ, ବିଜୁ ଜନତା ଦଳ ତାର ଲଢେଇ ଜାରି ରଖିବା ଆସନ୍ତା କାଲି ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରି ଡବଲ ଦୁଷ୍କର୍ମ ଶିକାର ହୋଇଥିବା ପୀଡ଼ିତାଙ୍କୁ ଓ ତାଙ୍କ ପରିବାରକୁ ଭେଟିବ। ଜୁଲାଇ ୨୬ ତାରିଖ ଦିନ ବିଜେଡି ତରଫରୁ କୋରାପୁଟ ଦକ୍ଷିଣ ପଞ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ମାଝୀ କହିଥିଲେ I

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *