ଶିଶୁ ବାଟିକା ଶିକ୍ଷାର ପ୍ରଥମ ପାହାଚ଼

ଖୋର୍ଦ୍ଧା:- ବେଗୁନିଆ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ଆବାହକତ୍ୱରେ ପଞ୍ଚାୟତ ସମିତି ସରକାରୀ ପ୍ରାଥମିକ ବିଦ୍ୟାଳୟ ବେଗୁନିଆଠାରେ ଶନିବାର ଦିନ ପ୍ରଥମ ମାସିକ ଅଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷାଦାନ କରୁଥିବା ମୋଟ ୮ଟି ବିଦ୍ୟାଳୟର ୧୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।



ପି. ଏମ. ଶ୍ରୀ. ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ୨୦୨୫-୨୬ ଶିକ୍ଷା ବର୍ଷର ଉକ୍ତ ପ୍ରଥମ ସାଧନ କେନ୍ଦ୍ର ସ୍ତରୀୟ ବୈଠକକୁ ଉଦ୍ଘାଟନ କରିଥିଲେ । ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଦ୍ୟାର୍ଥୀଙ୍କ ପାଇଁ ଡ୍ରଇଂ ପୁସ୍ତକ, ମୋ ଖାତା, ମୋ ଗଣିତ ଖାତା, ମୋ ପ୍ରକଳ୍ପ ଖାତା, ମୋ ଡାଇରୀ, ଶିକ୍ଷାଗତ କ୍ୟାଲେଣ୍ଡର, କାର୍ଯ୍ୟ ପୁସ୍ତିକା, ଇତ୍ୟାଦି ଉପାଦେୟ ଜିନିଷ ପ୍ରାପ୍ତ ହୋଇଥିବାରୁ ଶିକ୍ଷକ ରାଜ କିଶୋର ଦାଶଙ୍କ ସମେତ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ।
ପ୍ରଧାନ ଶିକ୍ଷକ ବସନ୍ତ କୁମାର ପ୍ରହରାଜ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ଶିକ୍ଷୟିତ୍ରୀ ସସ୍ମିତା ସାହୁ ନିରନ୍ତର ଆକଳନ, ସରୋଜିନୀ ସାହୁ ଶ୍ରେଣୀଗୃହ ସଜ୍ଜା, ରେଣୁବାଳା ଦେବୀ ଶିଶୁବାଟିକା ପୁସ୍ତକର ଉପକାରିତା, ଶିକ୍ଷକ ସନାତନ ସାହୁ ଓ ଶିକ୍ଷୟିତ୍ରୀ ଟିକିନା ମିଶ୍ର ବହୁଶ୍ରେଣୀ ଶିକ୍ଷଣ କାର୍ଯ୍ୟରେ ଆସୁଥିବା ସମସ୍ୟା ଓ ତାର ସମାଧାନ ନିମନ୍ତେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ପ୍ରଭାତୀ ଦାସ କାର୍ଯ୍ୟ ପୁସ୍ତିକା ବ୍ୟବହାରର ସହଜ ପଦ୍ଧତି, ପ୍ରତାପ କୁମାର ସାହୁ ବିଦ୍ୟାଳୟ ବିକାଶ ଯୋଜନା, ରାନୁପ୍ରଭା ମଙ୍ଗରାଜ ମୌଳିକ ସାକ୍ଷରତା, ପ୍ରିୟଦର୍ଶିନୀ ପଣ୍ଡା ମୌଳିକ ସଂଖ୍ୟା ଜ୍ଞାନ, ଦେବେନ୍ଦ୍ର କୁମାର ବିଶୋୟୀ ବିଦ୍ୟାଳୟ ନିରାପତ୍ତା ଯୋଜନା ସମ୍ପର୍କରେ ବିଷଦ ଭାବରେ ବର୍ଣ୍ଣନା କରିଥିଲେ ।  ଶିକ୍ଷୟିତ୍ରୀସୂର୍ଯ୍ୟମଣି ସାହୁ ଓ ପ୍ରେମଶୀଳା ସାହୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିମନ୍ତେ ସୁସ୍ବାଦୁ ଭୋଜନର ବ୍ୟବସ୍ଥା କରିଥିଲେ । ଶିକ୍ଷୟିତ୍ରୀ
ସନ୍ଧ୍ୟାରାଣୀ ପରିଡ଼ା କାର୍ଯ୍ୟନିର୍ଘଣ୍ଟ
ପ୍ରସ୍ତୁତି ବିଷୟରେ ଆଲୋକପାତ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମହୋଦୟ ଆଲୋଚ୍ୟ ପ୍ରସଙ୍ଗଗୁଡ଼ିକୁ
ବିଦ୍ୟାଳୟରେ ଆସନ୍ତା ସୋମବାର ଦିନ ବୈଠକ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ ।
ପରିଶେଷରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ  କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *