ସୌମ୍ୟଶ୍ରୀ ର ମୃତ୍ୟୁ କୁ ନେଇ କଂଗ୍ରେସ ର ଓଡିଶା ବନ୍ଦ ଡାକରା : ଖୋରଧା ରେ ପ୍ରଭାବ

ଖୋର୍ଦ୍ଧା :-ଏଫଏମ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବି ରେ ଓଡ଼ିଶା କଂଗ୍ରେସ ଦ୍ଵାରା ସାରା ରାଜ୍ୟରେ ଓଡ଼ିଶା ବନ୍ଦ କରୁଥିବା ବେଳେ ଖୋର୍ଦ୍ଧା ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ସକାଳୁ ସକାଳୁ କଂଗ୍ରେସ କର୍ମୀ ସହ CPIM ସମର୍ଥିତ ଦଳ ର ସ୍ଥାନୀୟ ନେତୃତ୍ୱ ଓ କର୍ମୀମାନେ ଏକାଠି ହୋଇ ସହର ବିଭିନ୍ନ ଛକ ରେ ପିକେଟିଙ୍ଗ୍ କରି ଗାଡ଼ି ମଟର ବନ୍ଦ କରିବା ସହ ରାଜ୍ୟ ସରକାରଙ୍କ ବିରୋଧ ରେ ନ।ରା ଦେଉଥିବା ଦେଖିବାକୁ ମିଳିଛି ।ଏ ଘଟଣା ପାଇଁ ସରକାର ଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି  କରିଛନ୍ତି ।ଏହି ଘଟଣା ରେ  ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ଜିଲ୍ଲା କଂଗ୍ରେସ । ଶାନ୍ତି ପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଥିବା ବେଳେ ଖୋର୍ଦ୍ଧା ପୋଲିସ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରୁଥିବା ଦେଖିବାକୁ ମିଳିଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *