ଏଫଏମ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ତରଫରୁ ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବି କରି ବିଜୁ ଜନତା ଦଳ ତରଫରୁ ଲୋକସେବା ଭବନ ଘେରାଉ କରିବା ପାଇଁ ଅଗ୍ରସର ହେଉଥିବା ବେଳେ ପୋଲିସ ଆକ୍ରମଣ ର ଶିକାର ହୋଇଛନ୍ତି ବିଜେଡି ର ପ୍ରମୁଖ ନେତୃମଣ୍ଡଳୀ ।ଏହି ଆନ୍ଦୋଳନ କୁ ଭଣ୍ଡୁର କରିବାକୁ ସରକାର ମୁଖ୍ୟ ରାସ୍ତା ଗୁଡ଼ିକୁ ନାକାବନ୍ଦୀ କରି ଧାରଣା ସ୍ଥଳ କୁ ଆସିବାକୁ ବାରନ କରିବା ଦେଖିବାକୁ ମିଳିଥିଲା । ପୋଲିସ ମଧ୍ୟ ଫଲ୍ସ ଫାୟାରିଂ, ପାଣି ମାଡ଼, ଲୁହ ବୁହା ଗ୍ୟାସ୍ ସ୍ପ୍ରେ କରିଥିଲେ । ଯୋଉଥିରେ ଫଲ୍ସ ଫାଇରିଂ ଓ ପାଣି ମାଡ଼ ର ଶିକାର ହୋଇଥିଲେ ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେ଼ଇ । ଭୁବନେଶ୍ଵର ର ଏକ ଘରୋଇ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ଶ୍ରୀ ଘଡେ଼ଇ। ପୋଲିସ ର ଏତାଦୃଶ କାର୍ଯ୍ୟକ୍ରମ କୁ ନିନ୍ଦା କରିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now