ବାଲେଶ୍ବର: କିଛି ଦିନର ସଂଘର୍ଷ ପରେ ଆଖି ମୁଜିଛି ବାଲେଶ୍ବରର ସାହାସୀ ଝିଅ ସୌମ୍ୟାଶ୍ରୀ ବିଶି। ଗତକାଲି ରାତିରେ ସେ ମୃତ୍ୟୁ ସହ ସଂଗ୍ରାମ କରି ହାରିଯାଇଥିବା ବେଳେ ଆଜି ତାଙ୍କ ପୈତୃକ ଗାଁରେ ତାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି। ବଞ୍ଚିଥିବା ବେଳେ ତାଙ୍କ ସହ ହୋଇଥିବା ଅପରାଧର ବିରୋଧ କରିନଥିବା ଲୋକେ ଏବେ ତଣ୍ଟି ଚିରି ନ୍ୟାୟ ଦାବି କରୁଛନ୍ତି। ବିରୋଧୀମାନେ ବିଜେପିକୁ ଟାର୍ଗେଟ କରି ଏହି ମୃତ୍ୟୁ ପାଇଁ ବିଜେପିକୁ ସିଧାସଳଖ ଦାୟୀ କରୁଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏକ୍ସ ପୋଷ୍ଟ ମାଧ୍ୟମରେ ବିଜେପିକୁ ଦାୟୀ କରିଛନ୍ତି।

ସେ କରିଥିବା ଏକ୍ସ ପୋଷ୍ଟରେ ଲେଖାଯାଇଛି ଯେ, “ଓଡ଼ିଶାରେ ନ୍ୟାୟ ପାଇଁ ଲଢ଼ୁଥିବା ଝିଅର ମୃତ୍ୟୁ ହୋଇଛି। ଏହା ବିଜେପି ବ୍ୟବସ୍ଥା ଦ୍ୱାରା କରାଯାଇଥିବା ସିଧାସଳଖ ହତ୍ୟା ବୋଲି କୁହାଯାଇପାରିବ। ସେହି ସାହସୀ ଛାତ୍ରୀ ଯୌନ ଶୋଷଣ ବିରୋଧରେ ସ୍ୱର ଉଠାଇଥିଲେ। କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ବାରମ୍ବାର ଧମକ, ହଇରାଣ, ଅପମାନିତ କରାଯାଇଥିଲା।ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା କଥା, ସେମାନେ ତାଙ୍କୁ ଭାଙ୍ଗିଦେଲେ। ପ୍ରତ୍ୟେକ ଥର ପରି, ବିଜେପି ବ୍ୟବସ୍ଥା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇ ଏକ ନିର୍ଦ୍ଦୋଷ ଝିଅକୁ ନିଜକୁ ଜାଳି ଦେବା ପାଇଁ ବାଧ୍ୟ କରିଦେଲା। ଏହା ଆତ୍ମହତ୍ୟା ନୁହେଁ, ଏହା ବ୍ୟବସ୍ଥା ଦ୍ୱାରା ସଂଗଠିତ ହତ୍ୟା। ମୋଦି ଜୀ, ଓଡ଼ିଶା ହେଉ କି ମଣିପୁର, ଦେଶର ଝିଅମାନେ ଜଳୁଛନ୍ତି, ଭାଙ୍ଗି ପଡୁଛନ୍ତି, ମରୁଛନ୍ତି। ଆଉ ଆପଣ? ଆପଣ ଚୁପ୍ ବସିଛନ୍ତି। ଦେଶ ଆପଣଙ୍କ ନୀରବତା ଚାହେଁ ନାହିଁ, ଉତ୍ତର ଚାହେଁ। ଭାରତର ଝିଅମାନେ ସୁରକ୍ଷା ଏବଂ ନ୍ୟାୟ ଚାହାଁନ୍ତି।”
Subha Khabar is now on Whatsapp
Join and get latest news update delivered to you via whatsapp
Join Now