ଦଶ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ
କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ
ଖୋର୍ଦ୍ଧା :- ଓଡିଶା ରାଜସ୍ବ ଅମଲା ସଂଘ ର ନିଷ୍ପତି କ୍ରମେ, ଖୋର୍ଦ୍ଧା ଜିଲ୍ଲା ରେ କାର୍ଯ୍ୟରତ ସମସ୍ତ ରାଜସ୍ବ ଅମଲା ମାନେ ନିମ୍ନଲିଖତ ଦାବି ଗୁଡିକ ପୂରଣ ଦିଗରେ ସରକାରଙ୍କ ଅହେତୁକ ବିଳମ୍ବ ଓ ବୈମାତୃକ ମନୋଭାବ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଅଦ୍ୟ ତା.୦୭,୦୭, ୨୦୨୫ ରିଖ ଠାରୁ ତା.୧୧.୦୭.୨୦୨୫ ରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ସେମାଜଙ୍କ ପ୍ରତିବାଦ ଜଣାଉଛନ୍ତି । ଯଦି ଉକ୍ତ ଅବଧୂ ମଧ୍ୟରେ ସରକାର ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆସନ୍ତା ତା ୧୪.୦୭.୨୦୨୫ ରିଖ ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ପାଇଁ ନିଷ୍ପତି ନେଇଛନ୍ତି ।

୧୮ ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ORSP – 2017 ନିୟମ ଅନୁଯାୟୀ Level – 9 କୁ ବୃଦ୍ଧି କରିବା ।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପତ୍ର ସଂଖ୍ୟା ୬୯୮ ତା. ୦୬.୦୧.୨୦୨୪, ପତ୍ର ସଂଖ୍ୟା ୭୦୮ ଚା, ୦୬.୦୧.୨୦୨୪, ପତ୍ର ସଂଖ୍ୟା ୮୮୯୮ ତା. ୧୫.୦୩.909# ଅନୁଯାୟୀ ଏବଂ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି କରାଯିବା ସହିତ ପଦବୀ ପୁନର୍ଗଠନ କରାଯିବା ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୮୮୯୮ ଚା ୧୫.୦୩.୨୦୨୫ ଅନୁଯାୟୀ ହୋଇଥିବା କନିଷ୍ଠ ରାଜସ୍ୱ ସହାୟକ ମାନଙ୍କର residency period 9 ବର୍ଷ ପରିବର୍ତ୍ତେ ୪ ବର୍ଷ କରାଯିବା ।
ବରିଷ୍ଠ ରାଜସ୍ବ ସହାୟକ ଏବଂ A.S.O ପଦବୀ କୁ ଏକତ୍ରିକରଣ କରାଯାଇ କେବଳ A.S.O ପଦବୀ କରାଯିବା ଏବଂ କନିଷ୍ଠ ରାଜସ୍ୱ ସହାୟକ ପଦରୁ A.S.O ପଦବୀ କୁ ପଦୋର୍ଡ଼ତି ନିମନ୍ତେ residency period କୁ ୪ ବର୍ଷ କରାଯିବା |
ରାଜ୍ୟ ରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଙ୍କୁ ବାର୍ଷିକ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ କରିବା ।
୨୦୨୦ ମସିହା ରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନା ର ନିୟମାବଳୀ କୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ, ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ କୁ ପୁନଃ ପ୍ରଚଳନ କରାଯାଇ ମୂଟ ସରକାରୀ କର୍ମଚାରୀ ଙ୍କ ପରିବାର ର ଯେ କୌଣସି ସଦସ୍ୟ/ ସଦସ୍ୟା ଙ୍କ ଯୋଗ୍ୟତା ଭିରିରେ ନିଯୁକ୍ତି ପ୍ରଦାନ କରାଯିବା ।
ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ବ କର୍ମଚାରୀ ମାନଙ୍କୁ ଓଡିଶା ରାଜସ୍ବ ସେବା ପଦବୀ ରେ ଶତ ପ୍ରତିଶତ ପଦୋନ୍ନତି ଦିଆଯିବା।
ତହସିଲ କାର୍ଯ୍ୟାଳୟ ମାନଙ୍କରେ ବିଭିନ୍ନ ରାଜସ୍ୱ ସମ୍ବନ୍ଧୀୟ ମାମଲା କୁ ତ୍ବରାନ୍ବିତ କରାଯିବ ପାଇଁ ସେଠାରେ କାର୍ଯ୍ୟରତ ରାଜସ୍ୱ ସହାୟକ ମାନଙ୍କୁ LRMS User ID ପ୍ରଦାନ କରାଯିବା ।
ରାଜସ୍ବ ବିଭାଗରେ ସମସ୍ତ କାର୍ଯ୍ୟରେ ସଂସ୍କାର ଅଣାଯିବା ପାଇଁ ଏବଂ ନୂତନ ଭାବେ ନିଯୁକ୍ତି ପାଉଥିବା ରାଜସ୍ୱ ସହାୟକ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରବେଶକାଳୀନ ଚାଲିମ ପ୍ରଦାନ କରାଯିବା 1
ନୂତନ ପେନସନ ଯୋଜନା କୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ପୁରାଚନ ପେନସନ ଯୋଜନା ଅନ୍ତର୍ଭୁକ୍ତ କରାଯିବା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now