ଖୋର୍ଦ୍ଧା :୨୨/୫(ଶୁଭ ଖବର) ଚର୍ମ ବିଜ୍ଞାନ ଓ କସମଟୋଲୋଜିରେ ବଢୁଥିବା କ୍ବାକେରିକୁ ନେଇ ଭାରତୀୟ ଚର୍ମ ,ଯୌନ, ଓ କୁଷ୍ଠ ସଂଘ ବା ଡର୍ମାଲୋଜିଷ୍ଟ, ଭେନେରିଓଲୋଜିଷ୍ଟ ଏବଂ ଲେପ୍ରୋଲୋଜିଷ୍ଟ ( ଆଇଏଡିଭିଏଲ) ଓଡ଼ିଶା ଶାଖା ଉଦବେଗ ପ୍ରକାଶ କରିଛି।

ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଏଭିଏଲ ପକ୍ଷରୁ କୁହାଯାଇଛି କି କାନପୁରର ଜୟିନୀକ ଦନ୍ତ ଡାକ୍ଟର ନିଜକୁ ମିଛରେ ଚର୍ମରୋଗ ବିଶେଷଜ୍ଞ ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କର କେଶ ପ୍ରତି ରୋପଣ କରିଥିଲେ। ତେବେ ପ୍ରତିରୋପଣ ପ୍ରକ୍ରିୟା ସରିବାର କିଛି ଘଣ୍ଟା ପରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥିଲା। ଅଣ ତାଲିମ ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଏଭଳି ଲେଜର ଚିକିତ୍ସା, ରସାୟନିକ ପିଲସ ,କସମେଟିକ୍ସ ପ୍ରକ୍ରିୟା ବୃଦ୍ଧି ପାଉଥିବାରୁ ସଂଘ ଉଦବେଗ ପ୍ରକାଶ କରିଛି। ଅଣ ତାଲିମ ପ୍ରାପ୍ତ ବା ଶିକ୍ଷାଗତ ଯୋଗ୍ୟତା ନଥିବା ବ୍ୟକ୍ତିଙ୍କ ଦ୍ୱାର ଯେଉଁ ଚିକିତ୍ସା କରାଯାଏ ତାହାକୁ କ୍ୱାକେରି କୁହାଯାଇଥାଏ। ସେହିପରି ବିଭିନ୍ନ ସ୍ପା ଓ ବିଉଟିସିଆନଙ୍କ ଦ୍ୱାରା କ୍ୱାକେରି ବଢ଼ୁଥିବାରୁ ରୋଗୀମାନଙ୍କ ମଧ୍ୟରେ ସଂକ୍ରମଣ,ପାର୍ଶ୍ଵ ପ୍ରତିକ୍ରିୟା ସହ ରୋଗିଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଜାତୀୟ ମେଡିକାଲ କମିଶନ ପକ୍ଷରୁ ଜାରି ନିର୍ଦେଶାବଳି ଅନୁସାରେ କେବଳ ଯୋଗ୍ୟ ଚର୍ମରୋଗ, ଯୌନ, ଓ କୁଷ୍ଠ ରୋଗରେ ସ୍ନାତକତ୍ତୋର ତାଲିମ ପ୍ରାପ୍ତ ଓ ସରକାରୀ ପଞ୍ଜିକୃତ ଡାକ୍ତରମାନେ ସୌନ୍ଦର୍ଯ୍ୟ ପାଇଁ କସମେଟିକ ଚିକିତ୍ସା କରି ପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।କିଛି କ୍ୱାକେରି ଯେଉଁ ମାନେ ତାଲିମ ପ୍ରାପ୍ତ ନୁହଁନ୍ତି ଅନ୍ୟ ବିଭାଗର ଡାକ୍ତରଙ୍କ ଦ୍ୱାରା ନିଜକୁ ଚର୍ମରୋଗ ବିଶେଷଜ୍ଞ ପରିଚୟ ଦେଇ କସମେଟିକ କ୍ଲିନିକ ଓ ମେଡିସ୍ପା ଚଳାଉଛନ୍ତି ଯାହାଦ୍ୱାରା ନିରୀହ ସାଧାରଣ ଜନତାଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡୁଛି। ତେଣୁ ଚର୍ମ ରୋଗ ତଥା କସମେଟିକ ଚିକିତ୍ସା କରୁଥିବା ଅନୁଷ୍ଠାନ ଏହାକୁ ଦୃଷ୍ଟିରେ ରଖିବା ନିହାତି ଦର୍କାର। ଏଥି ସହିତ ସରକାର ବିଧିବଦ୍ଧ ଭାବେ ଏହାକୁ ତଦନ୍ତ ପରିସରଭୁକ୍ତ କ୍ୱାକେରିଙ୍କ ବିରୋଧରେ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି ଡା ବିନୋଦିନି ବେହେରା, ସମ୍ପାଦକ ଡା କୁମାର ଅଭିଷନନ୍ଦ ସଂଘ ଆଇନି ପରାମର୍ଶ ଦାତା ତଥା ହାଇକୋର୍ଟର ଜଣା ଶୁଣା ମହିଳା ଆଇନଜୀବୀ ରାଖୀ ମିଶ୍ର ଉପସଭାପତି ଡା ହର ପ୍ରସନ୍ନ ତ୍ରିପାଠୀ କୋଷାଧ୍ୟକ୍ଷ ଡା ରବି ନାରାୟଣ ନନ୍ଦଙ୍କ ସମେତ ବହୁ ବୁଦ୍ଧିଜୀବୀ ସାମ୍ବାଦିକ ଓ ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now