ଓଡ଼ିଶା ସମବାୟ କର୍ମଚାରୀ ମହାମଞ୍ଚ ଦ୍ଵାରା ସମବାୟ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଖୋର୍ଦ୍ଧା :- (ଶୁଭ ଖବର) – ଓଡ଼ିଶା ସମବାୟ କର୍ମଚାରୀ ମହାମଞ୍ଚର ୩୦ଗୋଟି ଜିଲ୍ଲାର କର୍ମକର୍ତ୍ତାମାନେ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ସମିତି ଓ ଲ୍ୟାମ୍ଫସ କର୍ମଚାରୀ ମାନଙ୍କ ପାଇଁଁ କ୍ୟାଡର ରୁଲ ଲାଗୁ କରିବା କୁ ସ୍ବାଗତ କରିବା ସହ  ସମବାୟ, ହସ୍ତ ତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ  ପ୍ରଦୀପ ବଳ ସାମନ୍ତ ଙ୍କୁ  ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କ୍ୟାଡ଼ର ରୁଲ ବିଷୟରେ  ମନ୍ତ୍ରୀଙ୍କ ସହ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ସମିତି ଓ ଲ୍ୟାମ୍ଫସରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ମାନଙ୍କୁ କ୍ୟାଡ଼ର  ଭୁକ୍ତ କରିବା, ସମସ୍ତ କର୍ମଚାରୀ ମାନଙ୍କ ପାଇଁଁ ଦରମା ଧାର୍ଯ୍ୟ କରିବା ସହ ରାଜ୍ୟ ସରକାରି କର୍ମଚାରୀ ମାନେ ପାଉଥିବା ସମସ୍ତ ସୁବିଧା ଯୋଗାଇଦେବା ପାଇଁ ନିବେଦନ କରିଥିଲେ। ଏହି କର୍ମଚାରୀ ମାନେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ସେବା କୃଷକ, ସ୍ବୟଂ ସହାୟକ ଗୋଷ୍ଠୀ ଓ ଜନସାଧାରଣଙ୍କୁ ସମସ୍ତ ସୁବିଧା ଯୋଗାଇଦେଇ ଆସୁଛନ୍ତି। ତେଣୁ ଓଡ଼ିଶା ରାଜ୍ୟ ସରକାରଙ୍କ ବଜେଟ ରେ କର୍ମଚାରୀ ମାନଙ୍କ ଦରମା ପାଇଁଁ ବ୍ୟବସ୍ଥା କରିବା ନିମନ୍ତେ ମନ୍ତ୍ରୀ  ଙ୍କୁ ଅନୁରୋଧ କରିଥିଲେ। ବିଗତ ୨୪ ବର୍ଷ ଧରି ହୋଇପାରୁନଥିବା ବ୍ୟବସ୍ଥାକୁ ମୋହନ ସରକାର ଏକ ବର୍ଷ ମଧ୍ୟରେ  କରିପାରିଛନ୍ତି। ତେଣୁ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ସଂଘର ସଭାପତି ତଥା ପରିଚାଳନା ପରିଷଦର ନିଷ୍ପତ୍ତି କ୍ରମେ ୨୦୩୭ ମଧ୍ୟରେ ବିକଶିତ ଭାରତର ସ୍ବପ୍ନ ଦେଖିଥିବା ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମବାୟକୁ ସୁଦୃଢ କରିସେହି ସ୍ରୋତରେ ସାମିଲ କରିବାକୁ କର୍ମଚାରୀ ସଂଘ ତରଫରୁ ନିବେଦନ କରାଯାଇଥିଲା । ଏଥିରେ ମହାମଞ୍ଚର ଉପଦେଷ୍ଟା  ପବିତ୍ର ମୋହନ ଦାଶ,  ସୈାଭାଗ୍ୟ ପାତ୍ର ଉପଦେଷ୍ଟା ,  ଦିଗମ୍ବର ନାୟକ ସାଧାରଣ ସମ୍ପାଦକ, ଚିତ୍ତରଞ୍ଜନ ପଣ୍ଡା, ନିତ୍ୟାନନ୍ଦ ଦାଶ,ଝଜ ସାମନ୍ତରାୟ, ବୈରାଗୀ ଚରଣ ସାହୁ, ବିଶ୍ଵନାଥ ମହାରଣା, ମଦନମୋହନ ସାହୁ,ଲିଟନ କୁମାର ଦାଶ,ମାନସ ରଞ୍ଜନ ଛୋଟରାୟ, ଜଗମୋହନ ରଣସିଂହ,ଭିମସେନ ସାହୁ,ପୁରେନ୍ଦ୍ର ବେହେରା, ଘନଶ୍ୟାମ ଜେନା ପ୍ରମୁଖ  ଉପସ୍ଥିତ ଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *