ଖୋର୍ଦ୍ଧା:- (ଶୁଭ ଖବର)ଓଡ଼ିଆ ମାନଙ୍କ ଅସ୍ମିତା ର ପର୍ବ, ପୌରାଣିକ ଐତିହ୍ୟ ସଂସ୍କୃତି ର ପର୍ବ, ବିଶ୍ଵ ବିଦିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସନାତନ ଧର୍ମ, ଭାଇଚାରାର ପର୍ବ ପବିତ୍ର ଘୋଷ ଯାତ୍ରା ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଜାଗୁଳେଇ ପାଟଣା ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଏବଂ ଗଡ ଖୋର୍ଦ୍ଧା ଠାରେ ଅତି ଆନନ୍ଦ ଉଲ୍ଲାସ ଓ ଭାଇଚାରା ସାଂସ୍କୃତିକ, ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି l

ଉଭୟ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଉପଯିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଓ ମ୍ୟାନେଜିଂ ଟ୍ରଷ୍ଟି କିଶୋର କୁମାର ପଣ୍ଡା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି l

ଜାଗୁଲେଇ ପାଟଣା ଠାରେ ନିର୍ଦ୍ଧାରିତ ସମୟରେ ନିତିକାନ୍ତି ଅନୁଷ୍ଠିତ ହେବା ସହ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଛେରା ପହଁରା କରିଥିଲେ l ଖୋର୍ଦ୍ଧା ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯାଗୁଳେଇ ପାଟଣା ଆସି ମହାପ୍ରହୁଙ୍କୁ ଦର୍ଶନ କରିବା ସହ ଖୋର୍ଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ରେ ମହାପ୍ରଭୁ ସଦାସର୍ବଦା ଆଶିଷ ପ୍ରଦାନ କରନ୍ତୁ ପ୍ରାର୍ଥନା କରିଥିଲେ l

ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ ସେବା, ପୋଲିସ ସେବା, ଅଗ୍ନି ଶମ ସେବା, ଜନ ସାଧାରଣଙ୍କୁ ସୂଚନା ସେବା ଆଦି ପ୍ରଦାନ କରାଯାଇଥିଲା l ଜାଗୁଳେଇ ପାଟଣାଠାରେ ମନ୍ଦିର ପରିଚାଳନା କମିଟି,ସେବାୟତ ସମସ୍ତେ ଯୋଗଦେଇ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଙ୍କ ନିତିକାନ୍ତି ସମ୍ପନ୍ନ କରିଥିଲେ l

ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ, ବଡ଼ଭାଇ ଅଗ୍ରଜ ଶ୍ରୀ ଶ୍ରୀ ବଳଭଦ୍ର ତଥା ହଳାୟୁଧ ଓ ଭଉଣୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ପରେ ରଥାରୂଢ଼ ହୋଇଥିଲେ ଏବଂ ରଥଟଣା ଆରମ୍ଭ ହୋଇଥିଲା ଲ ହନୁମାନ ମନ୍ଦିର ନିକଟରେ ଶ୍ରୀ ବଜରଙ୍ଗ ବାଲି ଛେନା ପାଣି ଭୋଗ ଲାଗି ପରେ ରଥ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚି ଥିଲା l

ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା ଙ୍କ ତଦାରଖରେ ସମ୍ପନ୍ନ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସଂପୃକ୍ତ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଅଧିକାରୀ କର୍ମଚାରୀ, ଉପଜିଲ୍ଲାାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀ,ବ୍ଲକ କାର୍ଯ୍ୟାଳୟ କର୍ମଚାରୀ,ଯୋଗଦେଇଥିବା ବେଳେ ଶହଶହ ଶ୍ରଦ୍ଧାଳୁ ଭକ୍ତ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସି ମହାପ୍ରଭୁଙ୍କ ବିଭୁ କୃପା ଲାଭ କରିଥିଲେ l ସନ୍ଧ୍ୟାରେ ଆକର୍ଷଣୀୟ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
Subha Khabar is now on Whatsapp
Join and get latest news update delivered to you via whatsapp
Join Now