ଖୋରଧା-: – (ଶୁଭ ଖବର)ଆଜି ସକାଳେ ଗୋଡିପୋଖରୀ ଠାରେ ଅବସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ଅନ୍ତରାଷ୍ଟ୍ରୀୟ ଯୋଗଦିବସ ପାଳନ କରାଯାଇଥିଲା।ବ୍ରହ୍ମାକୁମାରୀ ରମା ଭଉଣୀ ଓ ବ୍ରହ୍ମାକୁମାର ଜୟ କୃଷ୍ଣଭାଇ ନିୟମିତ ଧ୍ୟାନ ଯୋଗ ଅଭ୍ୟାସ କଲେ ଶରୀର ,ମନ ଓ ଆତ୍ମା ସୁସ୍ଥ ହୋଇଥାଏ ବୋଲି କହିଥିଲେ। ବ୍ରହ୍ମାକୁମାର ପ୍ରଦୀପ୍ତ ଭାଇ ପତାଞ୍ଜଳି ଯୋଗାଭ୍ୟାସ କରାଇଥିଲେ ।ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହାପରେ ଅପରାହ୍ନରେ ଖୋର୍ଦ୍ଧା ସହରରେ ଅବସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କର କ୍ଷତ୍ରିୟ ପ୍ରବନ୍ଧକ ଶ୍ରୀ ଭଗତ ବେହେରାଙ୍କ ସଭାପତିତ୍ବରେ କ୍ଷତ୍ରିୟ ବାଣିଜ୍ୟ କାର୍ଯ୍ୟାଳୟ ପରିସରରେ ୩୦ ଜଣ ବ୍ୟାଙ୍କ୍ ଅଧିକାରୀଙ୍କୁ ମାନସିକ ଚାପ ମୁକ୍ତ ହେବାପାଇଁ ଧ୍ୟାନ ଯୋଗ ଶିକ୍ଷା ଦେଇଥିଲେ ବ୍ରହ୍ମାକୁମାର ଜୟକୃଷ୍ଣ ଭାଇ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now