ଶୈକ୍ଷିକ ପରିବେଶରେ ଶିକ୍ଷଣ ସାମଗ୍ରୀର ଆବଶ୍ୟକତା ଅଧିକ

ପଙ୍ଗାରସିଂହରେ ଶିକ୍ଷଣ ସାମଗ୍ରୀ କାର୍ମଶାଳା

ଖୋର୍ଦ୍ଧା,(୦୪/୦୨): – ବେଗୁନିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ପଙ୍ଗାରସିଂହ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଦୁଇ ଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କାର୍ମଶାଳା ଦଧିବାମନ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଶ୍ରେଣୀ ଗୃହ ପରିଚାଳନା କରିବା ବେଳେ ଶିକ୍ଷଣ ସାମଗ୍ରୀ ବ୍ୟବହାର ଅତ୍ୟନ୍ତ ଆବଶ୍ୟକ ଓ ଏହା ଦ୍ବାରା ପିଲା ସହଜରେ ପାଠକୁ ବୁଝି ପାରିଥାଏ ବୋଲି ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାଶ ଚନ୍ଦ୍ର ସେଠୀ ମତ ପ୍ରକାଶ କରିଥିଲେ l।


ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାମାନନ୍ଦ ଦାଶଙ୍କ ତତ୍ୱାବଧାନରେ
ବି. ଆର .ସି.ସି କୈଳାଶ ଚନ୍ଦ୍ର ସେଠୀ, ପ୍ରଧାନ ଶିକ୍ଷକ ବସନ୍ତ ମୁଥମାଝୀ , ନିରୁପମା ତ୍ରିପାଠୀ , ସୌମ୍ୟ ରଞ୍ଜନ ମାଝୀ, ସ୍ୱାଗତିକା ପଣ୍ଡା ଓ ଶିକ୍ଷକ ଅଖିଳେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶିକ୍ଷଣ ସାମଗ୍ରୀ ବ୍ୟବହାର ସମ୍ଵନ୍ଧରେ ଆଲୋକପାତ କରିଥିଲେ l କ୍ଲଷ୍ଟରର ୯ ଗୋଟି ବିଦ୍ୟାଳୟରୁ ୧୮ ଜଣ ପ୍ରଶିକ୍ଷାର୍ଥି ଯୋଗ ଦେଇଥିଲେ l ଶିକ୍ଷୟିତ୍ରୀ ଭାରତୀ ରାଉତ, ସାଗରିକା ମାଝୀ, ଗୋବିନ୍ଦ ଦେଉରି, ଜଲ୍ଲି ସ୍ଵାଇଁ, ବିପିନ ସ୍ଵାଇଁ, ଲକ୍ଷ୍ମଣ ନାୟକ, ଅନାମ ପରିଡ଼ା, ଗଗନ ସ୍ଵାଇଁ, ସୁମିତ୍ରା ଦେଉରୀ, ନିରଞ୍ଜନ ଛାଟୋଇ , ଧ୍ରୁବ ସେଠୀ, ବୁଧେଶ୍ୱର ବେହେରା ପ୍ରମୁଖ ସାମଗ୍ରୀ ପ୍ରସ୍ତୁତ କରିଥିବା ବେଳେ ଉଦଯାପନରେ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *