ଖୋର୍ଦ୍ଧା,(୩୦/୦୧):- ଖୋର୍ଦ୍ଧା ବ୍ଲକ ର କାଇପଦର ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସାତୋଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ୩୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତି ରେ ଦୁଇ ଦିନ ବ୍ୟାପି ଏକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ବାଗେଶ୍ରୀ ମହାପାତ୍ର ଙ୍କ ତତ୍ୱାବଧାନ ରେ କ୍ଲଷ୍ଟର ସ୍କୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଇପଦର ମାଳିସାହି ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ରବୀନ୍ଦ୍ର କୁମାର ସାହୁ,ପଞ୍ଚ ଶଖା ଶିକ୍ଷା ସେତୁ କମିଟି ର ସଭାପତି ଦିଲୀପ କୁମାର ସାହୁ, ସମାଜ ସେବୀ ଭିକାରି ଚରଣ ବଳିୟାରସିଂହ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଟୁନୀ ଦେଈ, ଅବସର ପ୍ରାପ୍ତ ଶିକ୍ଷକ ବେଣୁଧର ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ସୁକାନ୍ତି ଦେବୀ, ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ର ଉପସଭାପତି ଅଗାଧୁ ସେଠୀ, ଗୋପୀନାଥ ଦେବ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଟିଲୋତ୍ତମା ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ ।

ଏହି କର୍ମଶାଳlରେ ସମ୍ବଳ ଶିକ୍ଷକ ଜଗନ୍ନାଥ ମାଝୀ, ବିଜୟ ଲଷ୍ମୀ ସାହୁ, ସୁଲୋଚନା ଦେଈ ଯୋଗ ଦେଇ କଳା ଓ ହସ୍ତ ଶିଳ୍ପ ମାଧ୍ୟମରେ କିପରି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି କୁନି କୁନି ପିଲା ମାନଂକୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରାଯିବା ସହିତ ସରଳ ଓ ସାବଲୀଳ ଢଙ୍ଗ ରେ ଶିକ୍ଷଣ କାର୍ଯ୍ୟ ପ୍ରସ୍ତୁତ କରାଯାଇ ପାରିବ ସେ ବିଷୟରେ ତାଲିମ୍ ଦେବା ସହିତ ଶିକ୍ଷଣ ସାମଗ୍ରୀ ତିଆରି କରିଥିଲେ ।ସର୍ବଶେଷରେ ଦୁଇ ଦିନର କର୍ମଶାଳା ରେ ଉପସ୍ଥିତ ଥିବା କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଜର ଅନୁଭୂତି ଉପସ୍ଥାପନ କରିଥିବା ବେଳେ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନବ କିଶୋର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ
Subha Khabar is now on Whatsapp
Join and get latest news update delivered to you via whatsapp
Join Now