ସାମ୍ବାଦିକଙ୍କୁ ପୁରୀ ନିମନ୍ତ୍ରଣ କରି ପୋଲିସ୍ ଦ୍ବାରା ମାଡ ଖୁଆଇଲେ ସରକାର : ବିଜେଡି

ରଥଯାତ୍ରାରେ ସାମ୍ବାଦିକଙ୍କୁ ପୋଲିସ୍‌ର ମାଡ ଘଟଣାରେ ବିଜେଡିର ଦୃଢ଼ ନିନ୍ଦା

କର୍ଡନ ପାସ୍ ଥାଇ ଛାଡିଲାନି ପୋଲିସ୍

ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ

ଭୁବନେଶ୍ବର: -ପବିତ୍ର ରଥଯାତ୍ରାରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପୁରୀ ନିମନ୍ତ୍ରଣ କରି ପୋଲିସ ଦ୍ବାରା ଦ୍ଵାରା ଆକ୍ରମଣ ଘଟଣାକୁ ବିଜେଡି ଦୃଢ଼ ନିନ୍ଦା କରୁଛି।



ଆଜି ଏକ ପ୍ରେସ ବିବୃତ୍ତିରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ, କାର୍ଯ୍ଯରତ ସ୍ଵୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ଭୁବନେଶ୍ବରର ଜୟଦେବ ଭବନ ନିକଟରୁ ଏକ ସ୍ବତନ୍ତ୍ର ବସ୍‌ରେ ବସ୍‌ରେ ପୁରୀ ନେଇଥିଲେ । ସେଠାରେ ପହଞ୍ଚିଲା ପରେ କର୍ଡନ ପାସ୍ ଓ ପରିଚୟପତ୍ର ଦେଖାଇଲେ ମଧ୍ୟ ପୋଲିସ ସେମାନଙ୍କୁ । ଖବର ସଂଗ୍ରହ କରିବାକୁ ଦେଇନଥିଲା। ।। ଓଲଟି ପୋଲିସର ଦୃବ୍ୟବହାର ହାର ଓ ଓ ମାଡରେ ମା ଅନେକ ବରିଷ୍ଠ ସାମ୍ବାଦିକ ଗୁରୁତର ଆହତ ହୋଇଥିଲେ। ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି ଗୁରୁତର ଆହତ ହୋଇଥିଲା ବେଳେ, ପ୍ରଭୁ କଲ୍ୟାଣ ମହାପାତ୍ର, ପ୍ରଦ୍ୟୁମ୍ନ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର ଓ ହରପ୍ରସାଦ ଦାସଙ୍କ ଛାତିରେ ର ଆଘାତ ଲାଗିଥିଲା । ମହିଳା ସାମ୍ବାଦିକା ବିଜୟିତା ତ୍ରିପାଠୀଙ୍କ ହାତରେ ବଡ କ୍ଷତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ଛଡା ବହୁ ସାମ୍ବାଦିକ ମଧ୍ୟ ପୋଲିସ ମାଡରେ ଆହତ ହୋଇ ନିଜ ଦାୟିତ୍ବ ସମ୍ପାଦନ କରିପାରିନାହାଁନ୍ତି।



ଶ୍ରୀ ମହାନ୍ତି ଆହୁରି  କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପବିତ୍ର ରଥଯାତ୍ରାର ଖବର ପ୍ରସାରଣ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଏ ପାଏ । । କିନ୍ତୁ ଚଳିତ ବର୍ଷ ରା ରାଜ୍ୟ ସରକାରଙ୍କ ଅପାରଗତା ଲାଗି ଶ୍ରୀକ୍ଷେତ୍ରରେ ସାମ୍ବାଦିକମାନେ ପୋଲିସ ।ଲିସ ଠାରୁ ଠାରୁ ମାଡ ଖାଇଲେ। ଗଣତନ୍ତ୍ରର ୪ର୍ଥ ସ୍ତମ୍ବ ଉପରେ ଏଭଳି ପୋଲିସର ଅମାନବୀୟ ଆଚରଣକୁ ବିଜେଡି ଦୃଢ଼ ନି ନିନ୍ଦା କରୁଛି। ମୁଖ୍ୟମନ୍ତ୍ରୀ ଏଥିରେ ଥୁରେ ହସ୍ତକ୍ଷେପ କରି ପବିତ୍ର ରଥଯାତ୍ରାରେ ବିଭ୍ରାଟ ପାଇଁ ଦାୟୀ ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ । କରନ୍ତୁ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *