ଖୋର୍ଦ୍ଧା :- ଗଡ ଖୋର୍ଦ୍ଧା ଠାରେ ରଥ ରୁଢ଼ ଜୀଉଙ୍କୁ ଭକ୍ତ ମାନେ ସେହିପରି ଅପରାହ୍ନ ୪ ଘଟିକା ରେ ହରିବୋଲ ଘଣ୍ଟା ଘଣ୍ଟ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ଧ୍ବନିରେ ମହାପ୍ରଭୁଙ୍କ ରଥକୁ ଟାଣିଥିଲେ l ଛେରା ପହଁରା ଅଜିତ୍ କୁମାର ପଟ୍ଟନାୟକ ସମ୍ପାଦନ କରିଥିଲେ ଏବଂ ଗୋପାଳକୃଷ୍ଣ ଦାଶ, ରମାକାନ୍ତ ପାଟ୍ଟଯୋହଶୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ l ସେହିପରି ବିନୋଦ ପଟ୍ଟନାୟକ ଏବଂ ସାଥୀ ମାନଙ୍କ ଦ୍ଵାରା ରଥ ସାଜସଜ୍ଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ଉଭୟ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା ଙ୍କ ତଦାରଖରେ ସମ୍ପନ୍ନ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସଂପୃକ୍ତ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଅଧିକାରୀ କର୍ମଚାରୀ, ଉପଜିଲ୍ଲାାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀ,ବ୍ଲକ କାର୍ଯ୍ୟାଳୟ କର୍ମଚାରୀ,ଯୋଗଦେଇଥିବା ବେଳେ ଶହଶହ ଶ୍ରଦ୍ଧାଳୁ ଭକ୍ତ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସି ମହାପ୍ରଭୁଙ୍କ ବିଭୁ କୃପା ଲାଭ କରିଥିଲେ l ସନ୍ଧ୍ୟାରେ ଆକର୍ଷଣୀୟ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
Subha Khabar is now on Whatsapp
Join and get latest news update delivered to you via whatsapp
Join Now