ନିଳକଣ୍ଠେଶ୍ବର ଦେବଙ୍କ ପ୍ରଥମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଗୁଡ଼ୁମ ନିଳକଣ୍ଠେଶ୍ଵର ଦେବଙ୍କ ପ୍ରଥମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ମୁଖ୍ୟପୁରୋଧା କୃଷ୍ଣଚନ୍ଦ୍ର ତ୍ରୀପାଠୀ, ଗୋକୁଳାନନ୍ଦ ତ୍ରୀପାଠୀ ଓ ଯଜ୍ଞ ପୁରୋଧା ଧୂରେନ୍ଦ୍ର ଦାଶଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ନିଳକଣ୍ଠେଶ୍ଵର ଯଜ୍ଞ ସମ୍ପାଦନ ମଣ୍ଡଳୀ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଷ୍ଟ୍ରୀୟ ପ୍ରଚବକ ବାବାଜୀ ସତ୍ୟାନନ୍ଦ ଦାସ ଯୋଗ ଦେଇ ସମସ୍ୟା ଓ ଦ୍ବନ୍ଦର ସମାଧାନର ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରେ । ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ ବିଶିଷ୍ଠ ସମାଜସେବୀ ଓ ଶିକ୍ଷାବିତ୍ ଅକ୍ଷୟ ମହାପାତ୍ର ଓ ନାରାୟଣ ବେହେରା ପୂର୍ଣ୍ଣାହୂତି ପ୍ରଦାନ କରିଥିଲେ ।

ଗ୍ରାମର ବ୍ରତଧାରୀମାନେ ଘଟ କଳସ ପୋଖରୀ ତୁଠରେ ସ୍ଥାପନ କରି ପୂଜା ପରେ ପଟୁଆରରେ ଗ୍ରାମ ପରିକ୍ରମା କରି ବିଜେସ୍ଥଳୀକୁ ଆସିଥିଲେ । ପ୍ରମୋଦ ମହାରଣା, ଭଗବାନ ପଣ୍ଡା, ବିବେକାନନ୍ଦ ତ୍ରିପାଠୀ, ରଶ୍ମି ରଞ୍ଜନ ସାହୁ, ଲୋକନ ନାଥ ଦାସ, ଗୌରାଙ୍ଗ ଙ୍ଗ ବେହେରା, ପ୍ରଫୁଲ୍ଲ ପଟ୍ଟନାୟକ, ଅର୍ଜୁନ ବିଶ୍ୱାଳ, ଗୌରାଙ୍ଗ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *