ନିମାପଡ଼ା :- (ଶୁଭ ଖବର)ଉମାଶଙ୍କର ଯୋଗାଶ୍ରମ ର ଯୋଗ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ନିମାପଡ଼ା ତହସିଲଦାର, ମାନନୀୟ ମନୋଜ ପ୍ରଧାନ, ଅଣ୍ଢଆ ସହି ଗ୍ରାମ ମଙ୍ଗଳ ସମିତି ସଭାପତି ବିବେକାନନ୍ଦ ପାତ୍ର, ମେଡିକାଲ ର ଫାର୍ମାସିଷ୍ଟ ଆଇ. ତ୍ରିନାଥ ପାତ୍ର, ଯୋଗ ମହୋତ୍ସବ ସମିତି ସଂଯୋଜକ ସତ୍ୟ ନାରାୟଣ ମିଶ୍ର, ଭାଗିରଥି ଓଝା, ମୁନୁ ଅଗ୍ରୱାଲ, ତପନ ପ୍ରଧାନ,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଭୀଷ୍ମ ନାରାୟଣ ସାହୁ…ପ୍ରମୁଖ ଯୋଗ ଦେଇଥିଲେ ।
ଏଥୁରେ ଯୋଗ ଗୁରୁ ସ୍ୱାର୍ନେଶ୍ୱର ମୁଦୁଲି, ପୂଜା, ଅମୁଲ୍ୟ, ଦେବାଶିଷ ପ୍ରଧାନ ପ୍ରମୁଖ ଯୋଗ ଶିକ୍ଷା ଦେଇଥିଲେ. ନିର୍ଦେଶକ ଉମାଶଙ୍କର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ସବୁଠୁ ବଡ଼ କଥା ଯେ, ଉମାଶଙ୍କର ଯୋଗାଶ୍ରମ ରେ ପାସ କରୀ ୩୭ଜଣ ଛାତ୍ର /ଛାତ୍ରୀ ଆତ୍ମ ନିଯୁକ୍ତି ପାଇ ସାରିଛନ୍ତି…. ସେଥିପାଇଁ ଖୁସିର ଲହରୀ ଖେଳି ଯାଇଛି, ଆଜି ର ଆନ୍ତର୍ଜାତୀୟ ଯୋଗ ଦିବସରେ ପାଖ ପାଖି ୧୫୦ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
