ବେଗୁନିଆ :- ଆଜି ଚିକିତ୍ସା ପାଇଁ ମୁମ୍ବାଇ ଯିବେ ଓଡ଼ିଆ ଙ୍କ ଜନ ମାନସ ର ନେତା ନବୀନ ପଟ୍ଟନାୟକ । ଜୁନ ୨୨ରେ ମୁମ୍ବାଇର କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ରେ ହେବ ଚିକିତ୍ସା ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଓ ସାଢେ ଚାରିକୋଟି ଓଡିଆଙ୍କ ଆଶୀର୍ବାଦ ଓ ବେଗୁନିଆ ବୋଲଗଡ ବାସୀଙ୍କ ଭଲପାଇବାରୁ ଆପଣ ଆହୁରି ସୁସ୍ଥ ଓ ସତେଜ ହୋଇ ଫେରି ସମଗ୍ର ଓଡ଼ିଶାବାସୀଙ୍କ ସେବାରେ ଯଥା ଶୀଘ୍ର ନିୟୋଜିତ ହୁଅନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ l ଆପଣଙ୍କ ସଫଳ ଚିକିତ୍ସା ଏବଂ ନିରାମୟ ଦୀର୍ଘାୟୁ ମୋର ଏକାନ୍ତ କାମ୍ୟ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now