ମଧ୍ୟାହ୍ନ ଭୋଜନ ଯାଞ୍ଚ କରିବେ ପିଲାଙ୍କ ମା

ଭୁବନେଶ୍ଵର :- ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ*ଦେଇଛି ବିଭାଗ ।ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଗଣଶିକ୍ଷା ବିଭାଗ ଦେଉଛି ଚିଠି ।ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ ପ୍ରଧାନ ଶିକ୍ଷକ, SMCଙ୍କ ଉପସ୍ଥିତିରେ CRCC ଓ BEO ଯାଞ୍ଚ କରିପାରିବା ସହ ରୋଷଶାଳାକୁ ସମ୍ପୂର୍ଣ୍ଣ ପରିଷ୍କାର ଓ ବିଶୁଦ୍ଧିକରଣ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ । DEO, BEO, CRCC ନିରବଚ୍ଛିନ୍ନ ଭାବେ  ପ୍ରତ୍ୟେକ ବିଦ୍ୟାଳୟ ପରିଦର୍ଶନ କରି ଯାଞ୍ଚ କରିବେ ଓ ସବୁ ବିଦ୍ୟାଳୟରେ ଫୁଡ୍‌ ଟେଷ୍ଟିଂ ରେଜିଷ୍ଟର୍ ରହିବ ।ଅଭିଭାବକ ବିଶେଷ କରି ମା’ମାନେ ଖାଦ୍ୟ ଯାଞ୍ଚ କରିପାରିବେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *