ଗୁରୁଜଙ୍ଗରେ ରଜ ମହୋତ୍ସବ ଧୁମ୍ ଧାମ ରେ ପାଳିତ

ଖୋର୍ଦ୍ଧା :- (ଶୁଭ ଖବର ) ପୌରପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ସ୍ଥିତ ୱାର୍ଡ଼ ନମ୍ୱର ୧୮ ନୂଆସାହିର ମା ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ କଳିଙ୍ଗ ସେବା ସଂଘ ଦ୍ୱାରା ଆୟୋଜିତ ପ୍ରଥମ ବାର୍ଷିକ ରଜ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି।।

                     ରଜ ମହୋତ୍ସବ ମଞ୍ଚ ରେ ଅତିଥି ବୃନ୍ଦ

Advertisement

ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗଦେଇଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓ କାଉନସିଲର ପ୍ରବୀଣ। ଜଗଦେବରାୟ ଯୋଗଦେଇ ଗତ ଦୁଇ ଦିନ ଧରି ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରି ଆୟୋଜକ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନ ର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

ଦର୍ଶକ ଙ୍କ ଗହଣରେ ଅତିଥି ଓ କଳିଙ୍ଗ ସେବା ସଂଘ ର କର୍ମକର୍ତ୍ତା

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *