ପୂଳା ପୂଳl ଗର୍ଭପାତ କିଟ୍ ଜବତ

ଭୁବନେଶ୍ଵର :-ବେଆଇନ ଗର୍ଭପାତ କିଟ୍ ବିକ୍ରି ଉପରେ ବଡ ଧରଣର ଚଢାଉ କରିଛି ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ । ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ମେଡିସିନ ଷ୍ଟୋରରେ ବେଆଇନ ଗର୍ଭପାତ କିଟ୍ ବିକ୍ରି ନେଇ ଚଢାଉ କରାଯାଇଛି । ବିନା କୌଣସି ଡାକ୍ତରୀ ପ୍ରେସକ୍ରିପସନରେ ଏହି ଗର୍ଭପାତ କିଟ୍ ବିକ୍ରି କରୁଥିବା ଜଣାପଡିଛି । ଏହି ଚଢାଉରେ ତିନି ଜଣିଆ ଟିମ୍ ସାମିଲ ଅଛନ୍ତି । ଚଢାଉ ବେଳେ ବହୁ ପରିମାଣର ଗର୍ଭପାତ କିଟ୍ ଜବତ କରାଯାଇଛି । ବିନା ପ୍ରେସକ୍ରିପସନରେ ଔଷଧର ଅପବ୍ୟବହାରକୁ ରୋକିବା ଉଦ୍ଦେଶ୍ୟରେ ଏହି ଚଢାଉ ହୋଇଥିଲା । ଡାକ୍ତରଙ୍କ ବିନା ପରାମର୍ଶରେ ଏହି କିଟ୍ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସୂଚନା ଦେଇଛନ୍ତି ଅଧିକାରୀ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *