ଟାଙ୍ଗୀ : ସଡ଼କ ଦୁର୍ଘଟଣା ରୋକିବା ସହ ଟ୍ରାଫିକ୍ ନିୟମ ପାଳନ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ଟାଙ୍ଗୀ ପୋଲିସ ପକ୍ଷରୁ ଏକ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ ହୋଇଛି।

ଚଣ୍ଡେଶ୍ୱର ପାରିଓରଡ଼ ଉଚ୍ଚ ବିଦ୍ୟାଳୟ ପରିସରରେ ଟାଙ୍ଗୀ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର, ଦ୍ରୁତଗତିରେ ଗାଡ଼ି ଚାଳନା ନକରିବା, ଟ୍ରାଫିକ୍ ନିୟମ ପାଳନ ଏବଂ ରାସ୍ତାରେ ଯାତାୟାତ ସମୟରେ ସତର୍କତା ଅବଲମ୍ବନ ସମ୍ପର୍କରେ ପୋଲିସ ପକ୍ଷରୁ ବୁଝାଯାଇଥିଲା।
ସଡ଼କ ସୁରକ୍ଷା ନିୟମ ପାଳନ କରି ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନ ସୁରକ୍ଷିତ ରଖିବାକୁ ଟାଙ୍ଗୀ ପୋଲିସ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
