ଖୋର୍ଦ୍ଧା:- ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ନେଇ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରସ୍ତୁତି ବୈଠକ ଡିସିସି ସଭାପତି ରାଜୀବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବନ୍ଦର ବିଭିନ୍ନ ଦାବି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା।

ବୈଠକରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପିସିସି ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ପ୍ରିୟବ୍ରତ ସାମନ୍ତରାୟ, ପିସିସି ସମ୍ପାଦକ ବିଭୁ ମିଶ୍ର, ସିପିଆଇ(ଏମ୍) ଜିଲ୍ଲା ସଂଯୋଜକ ଗିରିଶ ମହାରଣା, ସିପିଆଇ ଜିଲ୍ଲା ସମ୍ପାଦକ ଅମୀୟ ପଟ୍ଟନାୟକ, ସିପିଆଇ(ଏମ୍) ନେତା ଅନନ୍ତ ମଙ୍ଗରାଜ, ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀନୀ ସୋନାଲି ସାହୁ, ଚିଲିକା ବିଧାୟକ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁ, ବରିଷ୍ଠ ନେତ୍ରୀ ସ୍ୱାଗତିକା ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ଲଳିତ ଶତପଥୀ, ପିସିସି ସମ୍ପାଦକ ଅଶୋକ ମଙ୍ଗରାଜ, ସଦାଶିବ ମହାପାତ୍ର, ସୁରେଶ ବରାଳ, ଅମିତ୍ ମହାନ୍ତି ଏବଂ ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୌମ୍ୟ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

ଏଥିସହ ଜିଲ୍ଲା ଉପସଭାପତି, ଜିଲ୍ଲା ସାଧାରଣ ସମ୍ପାଦକ, ଜିଲ୍ଲା ସମ୍ପାଦକ, ସମସ୍ତ ବ୍ଲକ୍ ସଭାପତି, ମ୍ୟୁନିସିପାଲିଟି ସଭାପତି ଓ ଏନ୍ଏସି ସଭାପତିଙ୍କ ସମେତ ବିଭିନ୍ନ ନେତା ଓ କର୍ମୀ ଯୋଗଦେଇଥିଲେ।
ବନ୍ଦକୁ ସଫଳ କରିବା ପାଇଁ ୪ ଅକ୍ଟୋବରରେ ବ୍ଲକସ୍ତରୀୟ ବୈଠକ, ୬ ଅକ୍ଟୋବରରେ ପଦଯାତ୍ରା ଓ ଶୋଭାଯାତ୍ରା ଏବଂ ୭ ଅକ୍ଟୋବରରେ ମଶାଲ ଶୋଭାଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଶେଷରେ ଖୋର୍ଦ୍ଧା ନଗର ସଭାପତି ରଞ୍ଜିତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
